Odisha news

ଗୋଟିଏ ରାତିରେ ଚାରିଟି ମନ୍ଦିରରୁ ଚୋରୀ

0
ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତର ବିଷ୍ନୁପୁର ଗ୍ରାମ ର ଲକ୍ଷ୍ମୀନାରାୟଣ ମନ୍ଦିର ଓ ଶିବ ମନ୍ଦିର , ସର୍ବଣା ଗ୍ରାମର ଶିବ ମନ୍ଦିର , ବ୍ରହ୍ମପୁରା ଗ୍ରାମର ଶିବ ମନ୍ଦିର କାଲି ବିଳମ୍ବିତ ରାତିରେ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତ ମାନେ ମନ୍ଦିରର କବାଟ ଭାଙ୍ଗି କଂସା , ପିତ୍ତଳ ଓ ତମ୍ବା ବାସନକୁସନ ସମେତ ରୂପା ମୂର୍ତ୍ତି ମଧ୍ୟ ଚୋରି କରିନେଇଥିବା ବେଳେ ମନ୍ଦିର ମାନଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଓ ଏହାର ହାର୍ଡଡିସ୍କ କୁ ମଧ୍ୟ ଖୋଳି ନେଇଥିବା ସୂଚନା ମିଳିଛି। ବୈଶିଙ୍ଗା ପୋଲିସ ପକ୍ଷରୁ ଦିନ ତମାମ ଛାନଭିନ୍ ଯାରି ରହିଥିଲେ ହେଁ ଦୁର୍ବୃତ୍ତ ମାନଙ୍କ ସଂପର୍କରେ କୋୖଣସି ସୁରାକ ପାଇପାରି ନାହିଁ। ଏଭଳି ସ୍ପର୍ଶକାତର ଘଟଣା କୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୋଲିସ ପକ୍ଷରୁ ରାତି ପାଟ୍ରୋଲିଙ୍ଗ ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଞ୍ଚଳବାସୀଙ୍କ ଅଭିଯୋଗ। ତେବେ ଥାନାଧିକାରୀ ତପନ କୁମାର ପ୍ରଧାନ ଙ୍କୁ ପଚାରିବାରୁ ସେ ଏବେ ସୁଦ୍ଧା ଦୁଇଟି ମନ୍ଦିରରେ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପାଇଥିବା କେତେକ ସୁରାକ କୁ ମାଧ୍ୟମ କରି ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି।

Leave A Reply