Odisha news

ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା, ଭାଲୁ ପରେ ପୁଣି ଆଖିବୁଜିଲା ଜଳ ହସ୍ତୀ

0
ବାରଙ୍ଗ ; ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା ।ଯାହାର ନଗ୍ନ ଚିତ୍ର ପୁଣି ସାମ୍ନାକୁ ଆସିଛି । ଚଳିତ ମାସ ୨୮ ତାରିଖ ମଙ୍ଗଳବାର ଦିନ    ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଉଦ୍ଧାର ହୋଇ ଆସିଥିବା ଗାଡ଼ ଭାଲୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ପୁଣି ଦୁଇ ଦିନ ପରେ ଅର୍ଥାତ୍ ଗୁରୁବାର ଦିନ ୨ଟା ସମୟରେ ଅସୁସ୍ଥ ଥିବା ଅଣ୍ଡିରା ଜଳହସ୍ତି ମୃତୁ ବରଣ କରିଛି ।  ସୂଚନା ଯୋଗ୍ୟ ଯେ , ପ୍ରାଣୀ ଉଦ୍ୟାନ ର ୬୨ ଖିଆଡ ରେ ରହୁଥିବା ଜଳହସ୍ତି ଟି ଦୀର୍ଘ ୧୫ ଦିନ ହେବ ଠିକ୍ ସେ ଖିଆ ପିଆ କରୁନଥିଲା। ଗ୍ୟାସ ଜନିତ ରୋଗ ଥିଲା । ସେ ଦିନକୁ ଦିନ  ମାନ୍ଦା ଅବସ୍ଥା ରେ ରହୁଥିଲା ।ଯାହାକୁ ନେଇ ପ୍ରାଣୀ ଉଦ୍ୟାନ ର ପଶୁ ଚିକିତ୍ସକ ମାନେ ତାର ଚିକିତ୍ସା କରୁଥିଲେ । ହେଲେ ସେ ସୁସ୍ଥ ହେବା ପରିବର୍ତ୍ତେ ଗୁରୁବାର ଦିନ ଆଖି ବୁଜିଛି।  ମୃତୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ ର ପ୍ରକୃତ କାରଣ ଜଣାପଡିବ ବୋଲି ସୁଚନା ମିଳିଛି । ତେବେ ଏହି ଜଳହସ୍ଥି ର ମୃତୁ ପରେ ଏମାନଙ୍କ ସଂଖ୍ୟା ୧୦କୁ ହ୍ରାସ ପାଇଛି । ୬ଟି ମାଇ ଓ ୪ ଅଣ୍ଡିରା ଅଛନ୍ତି।  ତେବେ ଏଠାରେ ପ୍ରଶ୍ନ ଉଠେ,ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଗାଡ଼ ଭାଲୁ ର ମୃତୁ ପୁଣି ମୃତୁର ଦୁଇ ଦିନ ପୂରିନି ସେହିଭଳି ୧୫ ଦିନ ଚିକିତ୍ସା ହେଉଥିବା ଜଳହସ୍ଥି ର ମୃତୁ ହିଁ ବୟାନ କରୁଛି ପ୍ରାଣୀ ଉଦ୍ୟାନ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଠି କରିଛି ।
Leave A Reply