ବାରଙ୍ଗ : ନନ୍ଦନକାନନ କୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସୁଛନ୍ତି । ବୁଲି ସାରିବା ପରେ ଖାଇବା ପାଇଁ ନନ୍ଦନକାନନ ଛକ ରେ ଥିବା ହୋଟେଲ କୁ ଯାଇଥାନ୍ତି କିନ୍ତୁ ଏଠାରେ ଥିବା ହୋଟେଲ ର ସ୍ଥିତି ଏମିତି . ବାସି ଖାଦ୍ୟ ସାଙ୍ଗକୁ ପଚା ସଢ଼ା । ଭୋକ ବିକଳରେ ଏହି ଖାଦ୍ୟ ଖାଇଥାନ୍ତି ଲୋକେ । ସେ ପୁଣି ଅଧିକ ମୂଲ୍ୟ ରେ ଖାଉଛନ୍ତି ପଚା ସଢ଼ା ଖାଦ୍ୟ ।
ପ୍ରାଣିଉଦ୍ୟାନ ନନ୍ଦନକାନନ ଉପକଣ୍ଠରେ ଗଢିଉଠିଥିବା ହୋଟେଲ ଗୁଡିକରେ ଅପମିଶ୍ରିତ , ନିମ୍ନମାନର ଓ ବାସୀଖାଦ୍ୟ ଯୋଗାଣ ହେଉଥିବାର ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ବହୁବାର ଅଭିଯୋଗମାନ କରିଆସୁଥିଲେ ।ବାସୀଖାଦ୍ୟ ସହ ଖାଇସାରିବାପରେ ଅଧିକ ମୁଲ୍ୟମଧ୍ୟ ଦାବୀକରାଯାଉ ଥିବାଭଳି ଅଭିଯୋଗମଧ୍ୟ ଆଣିଥିଲେ ।ଏହିଭଳିି ଅଭିଯୋଗ ଆଧାରରେ ଶୁକ୍ରବାରଦିନ ଖାଦ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଖାଦ୍ୟସୁରକ୍ଷା ଅଧିକାରୀ ନିବେଦିତା ଭଟଙ୍କ ନେତୃତ୍ୱରେ ସୁଶାନ୍ତ କୁମାର ସାମନ୍ତରାୟ ଓ ଅନିଲମାଝିଙ୍କୁ ନେଇ ଗଠିତ ୩ଜଣିଆ ଦଳ ନନ୍ଦନକାନନ ଛକରେଥିବା ହୋଟେଲଉପରେ ଚଢଉ କରିଥିଲେ ।ଏହିଟିମ୍ ଛକରେ ଥିବା ବବୁଲ ଓ ବିଶାଲ ହୋଟେଲକୁ ଯାଂଚ କରିବାବେଳେ ହୋଟେଲ ପରିସର ଅପରିସ୍କାର ଓ ବାସୀଖାଦ୍ୟ ଖାଇବାକୁ ଦିଆଯାଉଥିବାର ଦେଖିବାକୁ ପାଇଥିଲେ ଏବଂ ଡି ଫ୍ରିଜ୍ ରେ ମଧ୍ୟ ଅସରପା ବାହାରିଥିଲା।ହୋଟେଲମାଲିକଙ୍କୁ ତାଗିଦ କରିବାସହ ୧୩ହଜାରେ ଟଙ୍କା ଜରିମନା ଆଦାୟ କରିବା ସହ ଖାଦ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଲାଇସେନ୍ସକୁ ଉଭୟଙ୍କର ରଦ୍ଦ କରିଛନ୍ତି ବୋଲି ଖାଦ୍ୟସୁରକ୍ଷା ଅଧିକାରୀ ନିବେଦିତା ଭଟ ସୁଚନା ଦେଇଛନ୍ତି ।