ବାରଙ୍ଗ : ଚନ୍ଦକା ଜଙ୍ଗଲରେ ଅବାଧରେ ଚାଲିଥିବା ଜନ୍ତୁଶିକାରର ପର୍ଦାଫାସ ହୋଇଛି । ପୋଲିସ ଓ ବନବିଭାଗର ମିଳିତ ଚଢାଉ କରି ଶୁକ୍ରବାର ବଢିଭୋର ସମୟରେ ଦୁଇଜଣ ଶିକାରୀଙ୍କ ସମେତ ୯ଜଣଙ୍କୁ ଗିରଫକରିବାସହ ସେମାନଙ୍କଠାରୁ ଚିତ୍ରାହରିଣମାଂସ,ଦେଶୀବନ୍ଧୁକ ଜବତ କରିଛନ୍ତି ।ପୋଲିସ ଓ ବନବିଭାଗ ଉଭୟ ପୃଥକପୃଥକ ମକଦ୍ଦମା ରୁଜୁକରିଥିବାବେଳେ ସେମାନଙ୍କୁ କୋର୍ଟଚାଳଣ କରାଯାଇଛି ।ସେମାନେ ହେଲେ ଚନ୍ଦକାଥାନା ଅର୍ନ୍ତଗତ ସିମୁଳିପାଟଣାଗ୍ରାମର ନିର୍ମଳ ଶ୍ରିଚନ୍ଦନ ଓରଫ ନିମାଇ ,ଫିରିକିନାଳିଗ୍ରାମର ଗଣ୍ଡହେମ୍ରମ ଓରଫ ଗେଡୁ,ସିମୁଳିପାଟଣାଗ୍ରାମର କହ୍ନେଇନାୟକ,ଅନିଲ ଚେମି ଓରଫବଙ୍କା ଓ ପ୍ରଦୁ୍ୟମ୍ନସାହୁ, ଚନ୍ଦକାଗ୍ରାମର ତରୁଣକାନ୍ତସାମନ୍ତରାୟ, ବିକାଶକୁମାରପ୍ରଧାନ, ଶ୍ରିକାନ୍ତସାମନ୍ତରାୟ ଓ ଜଗମୋହନମଙ୍ଗରାଜ ।
ପ୍ରକାସ ଯେ, ଗତକିଛିଦିନ ହେବ ଚନ୍ଦକାଜଙ୍ଗଲରୁ ସ୍ଥାନୀୟ ଗ୍ରାମର କିଛି ଶିକାରୀ ଜନ୍ତୁଶିକାର କରି ନିର୍ବିଘ୍ନରେ ବିକ୍ରିକରୁଥିବାର ପୋଲିସ ପାଖରେ ଅଭିଯୋଗମାନ ହେଉଥିଲା ।ଚନ୍ଦକାଥାନା ଅଧିକାରୀ ଦେବେନ୍ଦ୍ରକୁମାରବିଶ୍ୱାଳ ଓ ଚନ୍ଦକାବନବିଭାଗ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଶିକାରିଙ୍କୁ ଧରିବାକୁ ନିଷ୍ପତି ନେଇଥିଲେ । ଶୁକ୍ରବାର ବଢିଭୋର ସମୟରେ ଚନ୍ଦକାଥାନା ଅର୍ନ୍ତଗତ ଫିରିକିନାଳି ଗ୍ରାମରେ ହରିଣମାଂସ ବିକ୍ରିହେଉଥିବାର ଚନ୍ଦକାଥାନା ଅଧରକାରୀ ଙ୍କ ପାଖକୁ ସୁଚନା ଆସିଥିଲା ।ଏହାପରେ ପୋଲିସ ଓ ବନବିଭାଗର କର୍ମଚାରୀମାନେ ସଦଳବଳେ ଫିରିକିନାଳିଗ୍ରାମର ଅଂଚଳରେ ଗଣ୍ଡହେମ୍ରମ ଓରଫ ଗେଡୁଙ୍କ ଘରେ ଚଢାଉକରିଥିଲେ ।
ଚଢାଉସମୟରେ ଦୁଇକେଜି ଚିତ୍ରାହରିଣମାଂସ ଜବତ କରିଥିଲା ପୋଲିସ ।ଏହାପରେ ଗେଡୁକୁ ପଚରାଉଚରା କରିବାପରେ ତାର ସହଯୋଗୀ ଶିକାରୀ ସିମୁଳିପାଟଣାଗ୍ରାମର ନିର୍ମଳ ଶ୍ରିଚନ୍ଦନ ଓରଫ ନିମାଇ କୁ ପୋଲିସ ଧରଥିଲା ।ଏହାପରେ ସେମାନଙ୍କଠାରୁ ଦେଶୀବନ୍ଧୁକ, ବାରୁଦ୧୦ଟିଗୁଳି ,ହରିଣଚମଡା,ଭୁଜାଲି ଓ ୧୦କେଜି ଶିଶା ଜବତ କରିଥିଲା ।
ଏହାପରେ ଏହି ଦୁଇ ଶିକାରିଙ୍କୁ ପଚରାଉଚରା ପରେ ସେମାନେ ବିକିଥିବା ସିମୁଳିପାଟଣାଗ୍ରାମର କହ୍ନେଇନାୟକ,ଅନିଲ ଚେମି ଓରଫବଙ୍କା ଓ ପ୍ରଦୁ୍ୟମ୍ନସାହୁ, ଚନ୍ଦକାଗ୍ରାମର ତରୁଣକାନ୍ତସାମନ୍ତରାୟ, ବିକାଶକୁମାରପ୍ରଧାନ, ଶ୍ରିକାନ୍ତସାମନ୍ତରାୟ ଓ ଜଗମୋହନମଙ୍ଗରାଜଙ୍କଠାରୁ ୯କେଜି ମାଂସକୁ ପୋଲିସ ଜବତ କରିବା ସହ ଗିରଫ କରିଥିଲା ।ଏହି ୯ଜଣଙ୍କୁ ପୋଲିସ ୧୪୩/୨୦କେଶ୍ନଂରେ ଏକ ମକଦ୍ଦମା ରୁଜୁକରି କୋର୍ଟଚାଳଣ କରିଛି ।ସେହିପରିଭାବେ ଚନ୍ଦକାବନବିଭାଗ ପକ୍ଷରୁ ଶିକାରି ଦୁଇଜଣଙ୍କ ବିରୁଦ୍ଧରେ ୬/୨୦ରେ ଆଉ ଏକ ମକଦ୍ଦମା ରୁଜୁକରାଯାଇଥିବାର ଜଣାପଡିଛି ।
