Odisha news

ଦୁର୍ବଳ ରାସ୍ତାରେ ସୃଷ୍ଟି ହେଲା ଘାଇ , ୩ଟି ଗ୍ରାମର ୧୫୦ ପରିବାର ଜଳବନ୍ଦୀ

0

ବନ୍ତ : ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଅଧିନ ଗୋହିରାପଦୀରୁ ମୁଗଗଢିଆ ଦେଇ ବି.କେ.ବି.ଏମ୍‍ ରୋଡ୍‍କୁ ସଂଯୋଗ କରୁଥିବା ରାସ୍ତାର ମୁଗଗଢିଆ ଠାରେ ଘାଇ ସୃଷ୍ଟି ହୋଇ ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ଆଦି ଗ୍ରାମର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱର୍ ପରିବାର ଜଳବନ୍ଦୀ ଅବସ୍ଥାରେ ଥିବା ଜଣାଯାଇଛି ।

ପ୍ରକାଶ ଯେ, ଗତ ୪ ଦିନ ତଳେ ଲଘୁଚାପ ବର୍ଷା ସାଙ୍ଗକୁ ରେବ ନଦୀର ଜଳବୃଦ୍ଧି ହୋଇ ସଂପୃକ୍ତ ଦୁର୍ବଳ ରାସ୍ତାରେ ଘାଇ ସୃଷ୍ଟି ହୋଇ ପାଣି ସୁଅ ଚାଲିଛିା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ସଂପୃକ୍ତ ଗ୍ରାମ ଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଛି । ବି.କେ.ବି.ଏମ୍‍ ରୋଡ୍‍ର ଗଣ୍ଡଗରା ଠାରୁ ଗୋହିରାପଦୀ ପଯର୍‍ୟନ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଛିା ଫଳରେ ଲୋକମାନେ କେନ୍ଦୁଆପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ୟାଙ୍କ ସମେତ ଦୈନନ୍ଦିନ କାର୍ଯ୍ୟରେ କେନ୍ଦୁଆପଦା, ଗୋବିନ୍ଦପୁର, ସେ„ତୀରା ଆଦି ବଜାରକୁ ଯାଆସ କରିପାରୁନାହାନ୍ତି ।

ଏଥିସହ ଲୋକେ ବ୍ଲକ ସଦର ମହକୁମା ଓ ଜିଲ୍ଲା ମୁଖ୍ୟାଳୟକୁ ଯିବାରୁ ବଞ୍ଚିତ ହୋଇଛନ୍ତିା ଗ୍ରାମ ଗୁଡିକ ଜଳବନ୍ଦୀ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତିା ରାସ୍ତାର ମରାମତି ନେଇ ଲୋକେ ବହୁବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।ସେହିପରି ଗୋହିରାପଦୀ ଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍‍ ଉଚ୍ଚତାର ଜଳ ପ୍ରବାହିତ ହେଉଥିବାର ଦେଖାଯାଇଛି ।ଫଳରେ ଯୋଗାଯୋଗ ବିଛିନ୍ନ ହେବା ସହ ସଂଲଗ୍ନ ଗ୍ରାମ ପ୍ରଭାବିତ ହୋଇଥିବା ଜଣାଯାଇଛି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି

Leave A Reply