Odisha news

କିଛି ସମୟ ମଧ୍ୟରେ ହୋଇଥାନ୍ତା ଅନ୍ତିମ ସଂସ୍କାର , ସ୍ମସାନ କର୍ମଚାରୀ ଦେଖିଲେ ଏମିତି ଦୃଶ୍ୟ

0

ନୂଆଦିଲ୍ଲୀ : ୨୦ ବର୍ଷୀୟ ଜଣେ ଯୁବତୀଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥଲା ,ଠିକ ସେହି ସମୟରେ ମଶାଣିର ଜଣେ କର୍ମଚାରୀ ଦେଖିବାକୁ ପାଇଲେ ଯେ ଯୁବତୀ ଜଣକ ଆଖି ଖୋଲି ଚାହିଁଛନ୍ତି l ଡେଲି ମେଲର ରିପୋର୍ଟ ଅନୁସାରେ ଜଣେ ବିକଳାଙ୍ଗ ଯୁବତୀଙ୍କୁ ରବିବାର ଦିନ ମୃତ ଘୋଷିତ କରାଯାଇଥିଲା l ଏହି ଘଟଣା ଆମେରିକାର ମିସିଗନରେ ଘଟିଛି ,ଝିଅଟିର ନାମ ତିମେସା ବିଉଚେମ୍ପ ଅଟେ l ଅସଲ କଥାଟି ହେଲା ୨୩ ତାରିଖ ରବିବାର ଦିନ ଯୁବତୀଙ୍କ ପରିବାର ସଦସ୍ୟ ତାଙ୍କୁ ଘରେ ଅଚେତ ଅବସ୍ଥାରେ ପାଇଥିଲେ l

ଏହା ପରେ ଆମ୍ବୁଲାନ୍ସକୁ ଡାକିଥିଲେ ,ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତର ଖାନା କର୍ମଚାରୀ ସେଠାରେ ପହଁଞ୍ଚିଥିଲେ ସେମାନେ ଦେଖିଥିଲେ ଯେ ଯୁବତୀଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁନାହିଁ l ଯୁବତୀଙ୍କୁ CPR ଦ୍ୱାରା ଆଉଥରେ ନିଶ୍ୱାସ ପ୍ରଶ୍ୱାସ ଆଣିବା ପାଇଁ ଚେଷ୍ଟା କରାଗଲା l ତାପରେ ସେମାନେ ନିକଟରେ ଥିବା ଡାକ୍ତର ଖାନାର ଡାକ୍ତରଙ୍କ ସହିତ ସମ୍ପର୍କ କରିଥିଲେ ,ଓ ଡାକ୍ତର ଯୁବତୀଙ୍କୁ ଉପଚାରିକା ଭାବରେ ମୃତ ଘୋଷଣା କରିଥିଲେ l ଡାକ୍ତର ମାନଙ୍କ ପାଖରୁ ମୃତ ଘୋଷଣା ଜାଣିବା ପରେ ପରିବାର ବର୍ଗ ଯୁବତୀଙ୍କୁ ନେଇ ମସାଣିକୁ ଯାଇଥିଲେ l

ସେଠାରେ କର୍ମଚାରୀ ଜଣଙ୍କ ତାଙ୍କୁ ଆଖୀଖୋଳି ଚାହିଁଥିବାର ଦେଖିବାକୁ ପାଇଥିଲେ ଓ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ଚାଲୁଥିଲା l ବର୍ତ୍ତମାନ ଯୁବତୀ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଡାକ୍ତର ଖାନରେ ଚିକିତ୍ସା କରାଯାଉଛି l

Leave A Reply