Odisha news

ଘରର ଏରୁଣ୍ଡି ବନ୍ଧ ରେ ବସିବା ଉଚିତ ନୁହେଁ ? କଣ ରହିଛି ଏହା ପଛର କାରଣ

0

ପ୍ରତ୍ୟେକ ଘରର ଏରୁଣ୍ଡି ବନ୍ଧ ଉକ୍ତ ଘରର ସୀମା କୁ ଦର୍ଶାଇ ଥାଏ l ଘରର ଏରୁଣ୍ଡି ବନ୍ଧ ମଧ୍ୟରେ ଅନେକ କିଛି ସୀମିତ ରହିଥାଏ l ଗୋଟିଏ ଘରର ଲଜ୍ୟା , ଦୁଃଖ , ଲୁହ ଏମିତି ଅନେକ କିଛି l ଅନେକ ସମୟରେ ଆମେ ଦେଖିବାକୁ ପାଇଥାଉ ଘରର ଏରୁଣ୍ଡି ବନ୍ଧ ରେ ମହିଳା ହୁଅନ୍ତୁ କିମ୍ବା ପୁରୁଷ ବସି ଗପସପ ହୋଇ ଥାଆନ୍ତି l କିନ୍ତୁ ସେମାନେ ଏହା ଜାଣି ନଥାଆନ୍ତି ଯେ ଶାସ୍ତ୍ର ଦୃଷ୍ଟିରୁ ଏହା ଠିକ ନୁହେଁ l ଆସନ୍ତୁ ଆଜି ଜାଣିବା ଏରୁଣ୍ଡି ବନ୍ଧ ରେ କାହିଁକି ବସିବା ଉଚିତ ନୁହେଁ l

* ଘରର ଏରୁଣ୍ଡି ବନ୍ଧ ରେ ବସି ଖାଇବା ଦ୍ୱାରା ଦରିଦ୍ରତା ଛାଇ ଯାଇଥାଏ l ଏହା ଅଶୁଭ ସଂକେତ ଦେଇଥାଏ l

* ଘରର ଦୁଆର ବନ୍ଧ ଦେଇ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ l ତେଣୁ ଘରର ଏରୁଣ୍ଡି ବନ୍ଧ କୁ ସର୍ବଦା ସଫା ସୁତୁରା ରଖିବା ଜରୁରୀ l

* ଘରର ଏରୁଣ୍ଡି ବନ୍ଧ ରେ କଦାପି ଘଣ୍ଟା କିମ୍ବା କ୍ୟାଲେଣ୍ଡର ଟାଙ୍ଗିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଘରର ସଦସ୍ୟ ଙ୍କ ଆୟୁ ହାନି ହୋଇଥାଏ l

* ଘରର ଦୁଆର ବନ୍ଧ ରେ କଦାପି ବର୍ଜ୍ୟ ବସ୍ତୁ ରଖିବା ଉଚିତ ନୁହେଁ l ଏହା ଘରର ସମୃଦ୍ଧି ରେ ବାଧା ବିଘ୍ନ ଆଣିଥାଏ l

* କଦାପି ଘରକୁ ଆସିଥିବା ବ୍ୟକ୍ତିଙ୍କ ର ଅପମାନ କରି ଦୁଆର ମୁହଁ ରୁ ଫେରାଇ ଦିଅନ୍ତୁ ନାହିଁ l ଏହାଦ୍ୱାରା ଘରର ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

* ଘରର ଏରୁଣ୍ଡି ବନ୍ଧ ରେ ବସି କିମ୍ବା ଠିଆ ହୋଇ କଦାପିି ପରଚର୍ଚା କରନ୍ତୁ ନାହିଁ l ଏହା ଧନ ହାନି ର କାରଣ ହୋଇଥାଏ l

Leave A Reply