ପ୍ରାୟ ସମସ୍ତ ଫଳ କୌଣସି ନା କୌଣସି ଋତୁରେ ହୋଇ ଥିବାର ଆମେ ଦେଖିବାକୁ ପାଇଥାଉ, କୀଡାଲି ଗୋଟିଏ ଏଭଳି ଫଳ ଯାହାକୁ ଆମେ ପ୍ରତ୍ୟେକ ଋତୁରେ ଖାଇବାକୁ ପାଇବା ସହିତ ବଜାରରେ ଦେଖିବାକୁ ମଧ୍ୟ ପାଇଥାଉ l କଦଳୀ କେବଳ ଆମ ଶରୀରକୁ ଶକ୍ତି ଯୋଗାଇ ନଥାଏ ଏହା ବିବାହିତ ପୁରୁଷଙ୍କ ପୌରୁଷତ୍ୱ କୁ ମଧ୍ୟ ବଢ଼ାଇ ଥାଏ l କଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥାଏ, ଯାହା ପୁରୁଷ ଙ୍କ ସେକ୍ସ ହର୍ମୋନ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– କଦଳୀରେ ବ୍ରୋମିଲେନ ନାମକ ଏଞ୍ଜାଇମ ମିଳିଥାଏ, ଯାହା ଦ୍ୱାରା ଇରେକ୍ସନ ଠିକ ଭାବରେ ହୋଇଥାଏ l କଦଳୀରେ ପ୍ରଚୁର ପରିମାଣରେ କ୍ୟାଲୋରୀ ରହିଥାଏ ଯାହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ l
– କଦଳୀରେ ଫାଇବର ଥିବା କାରଣରୁ ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ଏହାଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ହୋଇ ନଥାଏ l ଯେଉଁ ମାନେ ଏହି ସମସ୍ୟାର ସମୁଖୀନ ହେଉଛନ୍ତି କଦଳୀ ସେବନ କରନ୍ତୁ l
– କଦଳୀରେ କାର୍ବୋହାଇଡ୍ରେଟ ରହିଥିବା କାରଣରୁ ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ l ଏହା ପେଟକୁ ଶୀଘ୍ର ଭରି ଦେଇଥାଏ ଓ ଭୋକ ଲାଗି ନଥାଏ l ଯଦି ପ୍ରତିଦିନ ସକାଳ ଜଳଖିଆ ରେ ଆପଣ ଗୋଟିଏ କଦଳୀ ଖାଇବେ ତେବେ ଦିନ ସାରା ଆପଣଙ୍କୁ ଶକ୍ତି ମିଳିବ l
– କଦଳୀ ରେ ପୋଟାସିୟମ ମାତ୍ରା ରହିଥିବା କାରଣରୁ କିଡ୍ନୀ ପାଇଁ ଖୁବ ହିତକର ଅଟେ l କଦଳୀ ସେବନ ଦ୍ୱାରା କିଡ୍ନୀ ରେ ହେଉଥିବା ବିଭିନ୍ନ ସଂକ୍ରମଣ ଠାରୁ ଆମେ ଦୁରେଇ ରହିବା l କଦଳୀରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ l