Odisha news

ଶନିବାର ଦିନ କରନ୍ତୁ ଏହି ମନ୍ତ୍ରକୁ ଜପ : ଚାକିରୀ ଓ ବ୍ୟବସାୟରେ ଶୁଭଫଳ ମିଳିବ ଓ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ

0

ନ୍ୟାୟର ଦେବତା ଶନିଦେବ ନିଜ ଭକ୍ତ ମାନଙ୍କ ଉପରେ ସର୍ବଦା କୃପା ଦୃଷ୍ଟି ରଖି ଥାଆନ୍ତି l କିନ୍ତୁ ବେଳେବେଳେ ଜାତକ ରେ ଶନିଦେବ ଙ୍କ ପ୍ରକୋପ ରହିଥିବା କାରଣରୁ ବିଭନ୍ନ ପ୍ରକାର ସମସ୍ୟାର ସମୁଖୀନ ହେବାକୁ ପଡିଥାଏ l ଶନିବାର ଦିନଟି ଶନିଦେବ ଙ୍କୁ ସମର୍ପିତ ହୋଇଥିବା କାରଣରୁ ଭକ୍ତମାନେ ରୀତିନୀତି ଅନୁସାରେ ତାଙ୍କର ଆରାଧନା କରିବା ଆବଶ୍ୟକ l ଶନିଦେବ ପ୍ରସନ୍ନ ରହିଲେ ବ୍ୟବସାୟ ଓ ଚାକିରୀରେ ଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ l

* ଶନିବାର ଦିନ ଏହିସବୁ ଜିନିଷକୁ ଦାନ କରନ୍ତୁ –
ଉନତିର ରାସ୍ତାରେ ଆସୁଥିବା ବାଧାବିଘ୍ନ ଦୂର କରିବା ପାଇଁ ଶନିବାର ଦିନ ଭଗବାନ ଶନିଙ୍କ ସହିତ ଯୋଡି ହୋଇଥିବା ବସ୍ତୁକୁ ଦାନ କରନ୍ତୁ l ଏହିଦିନ କଳାବିରି, କଳା ରାଶି, ଲୁହା, ରାଶିତେଲ, କଳା ବସ୍ତ୍ର ଦାନ କରନ୍ତୁ l

* ଶନିବାର ଦିନ ଏହି ରତ୍ନ କରନ୍ତୁ ଧାରଣ –
ଚାକିରୀ ଓ ବ୍ୟବସାୟରେ ସମ୍ବନ୍ଧିତ ସମସ୍ତ ସମସ୍ୟା ପାଇଁ ଶନିବାର ଦିନ ନୀଳମ ରତ୍ନ ଧାରଣ କରିବା ଉଚିତ l ଶାସ୍ତ୍ର ଅନୁସାରେ ଏହି ରତ୍ନ ଖରାପ ପ୍ରଭାବ କୁ ଭକ୍ତ ମାନଙ୍କ ନିକଟରୁ ଦୂର କରିଥାଏ l

* ସମୃଦ୍ଧି ପାଇଁ ଶନି ଯନ୍ତ୍ର କରନ୍ତୁ ପୂଜା –
ଘରର ସୁଖଶାନ୍ତି ଓ ଜୀବନରେ ସମୃଦ୍ଧି ପାଇଁ ଶନିବାର ଦିନ ବିଶେଷ ଭାବରେ ଶନି ଯନ୍ତ୍ର ପୂଜା କରିବା ଆବଶ୍ୟକ l

* ଶନିବାର ଦିନ ଶନି ମନ୍ତ୍ର ପାଠ କରନ୍ତୁ –
ପ୍ରତି ଶନିବାର ଦିନ ଶନିଦେବ ଙ୍କ ନିକଟରେ “ଓଂ ପ୍ରାଙ୍ଗ ପ୍ରିଙ୍ଗ ଶଃ ଶନିଶ୍ଚରାୟ ନମଃ” ମନ୍ତ୍ରକୁ ଜପ କରନ୍ତୁ l ମାନ୍ୟତା ଅନୁସାରେ ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା ଚାକିରୀ, ବ୍ୟବସାୟ ରେ ଉନ୍ନତି ହେବା ସହିତ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହୋଇଥାଏ l

Nalco
Leave A Reply