Odisha news

ବଲୁଚିସ୍ତାନ ନିଜକୁ କଲା ସ୍ୱାଧୀନ ରାଷ୍ଟ୍ରର ଘୋଷଣା ଏବଂ ମାଗିଲା ଭାରତରେ ଦୂତାବାସ ସ୍ଥାପନ ପାଇଁ ଅନୁମତି

0

ପାକିସ୍ତାନ ବର୍ତମାନ କେବଳ ଭାରତ ସହିତ ଉତେଜନା ସ୍ଥିତି ରେ ନାହିଁ, ପାକିସ୍ତାନ ର ସ୍ଥିତି ଏଭଳି ରହିଛି ଯେ ତା ନିଜ ଦେଶ ରେ ତାର ସ୍ଥିତି ଠିକ ନାହିଁ l ଅପରେସନ ସିନ୍ଦୁର ଜରିଆରେ ଭାରତ ପାକିସ୍ତାନ କୁ ତା ଘରେ ପଶି ମାରିଥିଲା, ଏବଂ ଧ୍ବଂସ ଵିଧ୍ଵଂସ କରିଦେଇଥିଲା, ଅନ୍ୟ ପକ୍ଷରେ ବଲୁଚିସ୍ତାନ ପାକିସ୍ତାନ ର ସ୍ୱାଧୀନ ହେବାର ଘୋଷଣା କରିଛି, ମାହାଙ୍ଗାଇ, କାଙ୍ଗାଳି ଓ ବିଦେଶରୁ ଲୋନ ନେବା ପାକିସ୍ତାନ ପାଇଁ ଆହ୍ୱାନ ପୁର୍ଣ ହୋଇଯାଇଛି l କିନ୍ତୁ ବର୍ତମାନ ପାକିସ୍ତାନ ର  ସ୍ଥିତିକୁ ଦେଖିଲେ ଲାଗୁଚି ୧୯୭୧ ପରେ ଆଉଥରେ ପାକିସ୍ତାନ ଛୀନ ବିଛିନ ହୋଇଯାଇଛି l

ବାଲୁଁଚ ଲିଡର ମୀର ୟାର ବାଲୋଚ ବୁଧବାର ଦିନ ରାତ୍ରି ରେ ପାକିସ୍ତାନ ରୁ ବଲୁଚିସ୍ତାନ ର ସ୍ୱାଧୀନତା ଘୋଷଣା କରିଛନ୍ତି, ପାକିସ୍ତାନ ଓ ବଲୁଚିସ୍ତାନ ମଧ୍ୟରେ ଦୀର୍ଘଦିନ ରୁ ସଂଘର୍ଷ ଚାଲି ଆସୁ ଥିଲା, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ମୀର ବାଲୋଚ ଗୋଟିଏ ପୋଷ୍ଟ କରିଛନ୍ତି , ଯେଉଁଥିରେ ସେ କହିଛନ୍ତି ବଲୁଚିସ୍ତାନ ର ଲୋକେ ନିଜ ରାଷ୍ଟ୍ରୀୟ ନିଷ୍ପତି ନେଇ ସାରିଛନ୍ତି, ଏବଂ ଦୁନିଆ ବର୍ତମାନ ଚୁପ ହୋଇ ରହିବ ଉଚିତ ନୁହେଁ, ଅର୍ଥାତ ବାଲୁଁଚ ନେତା ଭାରତ ସମେତ ଅନ୍ତରାଷ୍ଟ୍ରୀୟ ସମୁଦାୟ ରୁ ସମର୍ଥଂ ଚାହିଁଛନ୍ତି l

ବଲୁଚିସ୍ତାନ କୁ ସ୍ୱାଧୀନ ଘୋଷଣା କରିଥିବା ବାଲୁଁଚ ରାଷ୍ଟ୍ରବାଦୀ ନେତା ମୀର ୟାର ବାଲୁଁଚ ଙ୍କ ନାମ ପ୍ରତ୍ୟେକ ପାକିସ୍ତାନୀଙ୍କ ମୁହଁ ରେ ରହିଛି l ମୀର ୟାର ବାଲୋଚ ଜଣେ ଲେଖକ, ସ୍ୱତନ୍ତ୍ର ପତ୍ରକାର, ମାନବାଧିକାର କାର୍ଯ୍ୟକର୍ତା ଓ ସ୍ୱାଧୀନ ବଲୁଚିସ୍ତାନ ର କର୍ଣ୍ଣଧାର l ସେ କେବଳ ପାକିସ୍ତାନ ନିକଟରୁ ସ୍ୱାଧୀନତା ଘୋଷଣା କରି ନାହାନ୍ତି, ବରଂ ସଂଯୁକ୍ତ ରାଷ୍ଟ୍ର ରୁ ବଲୁଚିସ୍ତାନ କୁ ଗୋଟିଏ ସ୍ୱତନ୍ତ୍ର ଦେଶର ପରିଚୟ ଦେବା ପାଇଁ ବୈଠକ ଡାକିବାକୁ କହିଛନ୍ତି l ଏହାଛଡା ଭାରତ ସରକାର ଙ୍କୁ ନୂଆଦିଲ୍ଲୀ ରେ ବଲୁଚିସ୍ତାନ ଦୂତାବାସ ପାଇଁ ମଞ୍ଜୁରୀ ଦେବାକୁ ଅନୁରୋଧ କରିଛନ୍ତି l

ଏହାଛଡା ସଂଯୁକ୍ତ ରାଷ୍ଟ୍ରରୁ ବଲୁଚିସ୍ତାନ ମୁଦ୍ରା ଓ ପାସ୍ପୋର୍ଟ ପାଇଁ ଫଣ୍ଡ ମଧ୍ୟ ମାଗିଛନ୍ତି l ଏବଂ ଶାନ୍ତି ସେନା ପଠାଇବାକୁ ଅନୁରୋଧ କରିଛନ୍ତି କାହିଁକି ନା ବାଲୁଁଚ ଜନତା ପାକିସ୍ତାନ ର ଯନ୍ତ୍ରଣା ରୁ ମୁକ୍ତ ହୋଇପାରିବେ l

Leave A Reply