ବୁଲଗେରିଆ ର ଭଵିଷ୍ୟଵାକ୍ତା ବାବା ଭେଙ୍ଗl ଙ୍କ ଆଉ ଗୋଟିଏ ଏଭଳି ଭୟଙ୍କର ଭବିଷ୍ୟବାଣୀ ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହୋଇଯିବେ, ବାବା ଭେଙ୍ଗl ଙ୍କ ଭବିଷ୍ୟବାଣୀ ଅନୁସାରେ ଆଜିଠାରୁ ୬୩ ବର୍ଷ ପରେ ଅର୍ଥାତ ୨୦୮୮ ବେଳକୁ ପୃଥିବୀ ରେ ଗୋଟିଏ ଅଜଣା ଭାଇରସ ର ପ୍ରକୋପ ବଢ଼ିଯିବ, ଯେଉଁ କାରଣରୁ ମଣିଷ ଖୁବ ଶୀଘ୍ର ଵୃଦ୍ଧ ହୋଇଯିବ l ଏହାର ଅର୍ଥ ମଣିଷ ର ଆୟୁ ହ୍ରାସ ହେବ l
ବାବା ଭେଙ୍ଗl ଙ୍କ ବୃଦ୍ଧ ହେବାର ଭବିଷ୍ୟବାଣୀ ଆସନ୍ତା ୬ ଦଶକ ପରେ ସତ ହେବାକୁ ଯାଉଛି, କିନ୍ତୁ ଏହା ଆଜି ର ବଦଳୁଥିବା ଜଳବାୟୁ , ଜୈବିକ ଯୁଦ୍ଧ, ଓ ପ୍ରୟୋଗଶାଳା ରେ ପ୍ରସ୍ତୁତ ହେଉଥିବା ଭାଇରସ ର ସନ୍ଦର୍ଭ ରେ ଗମ୍ଭୀର ଚିନ୍ତା ର ବିଷୟ ହୋଇପାରେ l ବାବା ଭେଙ୍ଗl ଙ୍କ ପୁରାନାମ ବେଙ୍ଗଲିଆ ପାଣ୍ଡେବା ଦି ମି ତ୍ର ବା l ତାଙ୍କର ଜନ୍ମ ୧୯୧୧ ରେ ହୋଇଥିଲା, ପିଲାଟି ବେଳରୁ ବାବା ଭେଙ୍ଗା ଙ୍କ ର ଆକ୍ଷିର ଦୃଷ୍ଟି ଶକ୍ତି ଚାଲିଯାଇ ଥିଲା l ଏବଂ ଏହାପରେ ସେ ଭବିଷ୍ୟତ ଦେଖି ପାରିଥିଲେ l ବାବା ଭେଙ୍ଗା ଙ୍କ ଭବିଷ୍ୟ ବାଣୀ ରେ ୯/୧୧ ଆକ୍ରମଣ , ବାରାକ ଓବାମା ରାଷ୍ଟ୍ର ପତି ହେବା , ଇନ୍ଦିରା ଗାନ୍ଧୀ ଙ୍କ ହତ୍ୟା , କରନା ମହାମାରୀ ସାମିଲ ରହିଛି l
ଏହାଛଡା ବାବା ଭେଙ୍ଗା ଭବିଷ୍ୟ ବାଣୀ କରିଛନ୍ତି ୨୦୨୫ ରେ ୟୁରୋପ ଅଲଗା ଅଲଗା ଭାଗରେ ବିଭାଜିତ ହୋଇଯିବ l
୨୦୨୮ ରେ ଗୋଟିଏ ନୁଆ ଶକ୍ତିର ଜନ୍ମ ହେବ , ବିଶ୍ୱରେ ଖାଦ୍ୟ ଅଭାବ ରହିବ , ମଣିଷ ଶୁକ୍ର ଗ୍ରହ କୁ ଯିବାକୁ ଚେଷ୍ଟା କରିବ l
୨୦୩୩ ରେ ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ର ର ଜଳ ସ୍ତର ବୃଦ୍ଧି ପାଇବ ଏବଂ ଅନେକ ଦେଶ ବୁଡ଼ିଯିବେ l
୨୦୪୩ ରେ ୟୁରୋପ ର ଅନେକ ଦେଶ ରେ ଇସଲାମିକ୍ ଧର୍ମ ର ପ୍ରସାର ହେବ l
୨୦୪୬ ରେ ଆର୍ଟିଫିସିଆଲ ହୁମାନ ବଡ଼ି ଅର୍ଗାନ ଦ୍ରୁତ ବେଗରେ ତିଆରି ହେବ l
୨୦୬୬ ରେ ଆମେରିକା ଗୋଟିଏ ଏଭଳି ହଥିଆର ପ୍ରସ୍ତୁତ କରିବ ସାରା ଦୁନିଆ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ l