ପାକିସ୍ତାନ ପକ୍ଷରୁ : ବାଘା – ଅଟାରି ବର୍ଡ଼ର ରେ ଭାରତର ସେହି BSF ଯବାନ ଙ୍କୁ ପାକିସ୍ତାନ ଫେରାଇ ଦେଇଛି , ଯିଏକି କିଛିଦିନ ତଳେ ପାକିସ୍ତାନ ଆର୍ମି ହାତରେ ଧରାପଡ଼ି ଥିଲେ, ବିଶେଷ କଥାଟି ହେଉଛି ଏହି BSF ଯବାନ ଜଣଙ୍କ ଭୁଲ ବଶତଃ ଭାରତ-ପାକିସ୍ତାନ ସୀମାକୁ ଉଲଂଘନ କରି ଯାଇଥିଲେ , ଏବଂ ତାଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରି ନେଇଥିଲେ, ପାଖାପାଖି ୨ ସପ୍ତାହ ପରେ ପାକିସ୍ତାନ ତାଙ୍କୁ ଫେରାଇ ଦେଇଛି, କିନ୍ତୁ କେଉଁ ନିୟମ ଅନୁସାରେ ପାକିସ୍ତାନ ଏହା କଲା ତେହା ପ୍ରଥମେ ଜାଣିବା ଜରୁରୀ l
ପ୍ରତ୍ୟେକ ଦେଶ ଫେରାଇ ଥାଆନ୍ତି ଯବାନ ଙ୍କୁ –
ଶତ୍ରୁ ଦେଶ ସହିତ ଯୁଦ୍ଧ ହେଲେ ମଧ୍ୟ ଅସ୍ତ୍ର ହୀନ ସୈନିକ ମାନଙ୍କ ଉପରେ ଆକ୍ରମଣ କରାଯାଏ ନାହିଁ, ଯଦି କୌଣସି ଦେଶର ସୈନ୍ୟ ଶତ୍ରୁ ରାଷ୍ଟ୍ର ନିକଟରେ ସରେଣ୍ଡର କରିଥାଏ, କିମ୍ବା ସେ ନିରସ୍ତ୍ର ରହି କୌଣସି ଦେଶର ସୀମାରେ ଧରାପଡ଼ି ଥାଏ ତେବେ ତା ସହିତ କୌଣସି ବର୍ବରତା କରାଯାଏ ନାହିଁ l ଏହି ସମସ୍ତ କାର୍ଯ୍ୟ ଜେନିଭା ଚୁକ୍ତି ଅନୁସାରେ କରାଯାଇଥାଏ l ଏହା ବିଶ୍ୱର ସମସ୍ତ ଦେଶ ମାନିବା ଜରୁରୀ l
ଦେଶକୁ ଫେରିଲେ BSF ଯବାନ –
ଜେନିଭା ଚୁକ୍ତି ଅନୁସାରେ ଯୁଦ୍ଧର କ୍ରୁରତା କୁ ସୀମିତ କରିବା, ନାଗରିକ ଙ୍କ ରକ୍ଷା କରିବା, ଯୁଦ୍ଧରେ ଆହତ ଙ୍କ ସହିତ ଭଲ ବ୍ୟବହାର କରିବା, ଏବଂ ଅନ୍ୟ ଦେଶର ଯଦି କୌଣସି ଯବାନ ଆପଣଙ୍କୁ ଆହତ ଅବସ୍ଥାରେ ମିଳିବେ ତେବେ ତାଙ୍କୁ ଚିକିତ୍ସା କରି ଫେରାଇବେ, ଏହି କାରଣରୁ ପାକିସ୍ତାନ ପକ୍ଷରୁ BSF ଯବାନ ଙ୍କୁ ଫେରାଯାଇ ଥିଲା l ଏଥିପାଇଁ ଉଭୟ ଦେଶର ସେନା ଙ୍କ ମଧ୍ୟରେ ପ୍ରଥମେ କଥାବାର୍ତା ହୋଇଥାଏ ଓ ସମୟ ଏବଂ ତାରିଖ ସ୍ଥିର ହୋଇଥାଏ l
କିପରି ଆରମ୍ଭ ହେଲା ଜେନିଭା କନଭେନସନ –
ବିଶ୍ୱର ସମସ୍ତ ଦେଶ ମାନଙ୍କ ମଧ୍ୟରେ ଲଗାତାର ଯୁଦ୍ଧ କୁ ଦେଖି ମାନବୀୟ ଅଧିକାର କୁ ରକ୍ଷା କରିବା ପାଇଁ ରେଡ଼କ୍ରସ ସୋସାଇଟି ଓ ଦୁନିଆର ସମସ୍ତ ଦେଶ ଜେନିଭା କନଭେନସନ ଆରମ୍ଭ କରାଯାଇଥିଲା, ପ୍ରଥମ ଜେନିଭା କନଭେନସାନ ୧୮୬୪ ରେ ଆରମ୍ଭ ହୋଇଥିଲା, ଏଥିରେ ଅନେକ ସନ୍ଧି ଓ ନିୟମ ରଖାଗଲା, ଏହାର ମୁଖ୍ୟ କାମ ଥିଲା ଯୁଦ୍ଧ ସମୟ ରେ ଅମାନବୀୟ କାର୍ଯ୍ୟ ଉପରେ ରୋକ ଲଗାଇବା l ଯେଉଁଠି ପୂର୍ବରୁ ଯୁଦ୍ଧରେ ଅନ୍ୟ ଦେଶର ସୈନିକ ସହିତ ବର୍ବରତା କରାଯାଉଥିଲା ଏବଂ ମହିଳା ମାନଙ୍କ ସହିତ ବଳାତ୍କାର କରାଯାଉଥିଲା , କିନ୍ତୁ ଜେନିଭା କନଭେନସାନ ପରେ ଏହି ସବୁଥିରେ ରୋକ ଲାଗିଥିଲା l