Odisha news

କିଏ ସେହି ଭାରତୀୟ ଛାତ୍ର  ଯିଏକି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନ ବିରୁଦ୍ଧରେ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି

0

ଆମେରିକା ର ମିଶିଗାନ ରାଜ୍ୟରେ ଜଣେ ଭାରତୀୟ ଛାତ୍ର ଓ ୩ ଅନ୍ୟ ବିଦେଶୀ ଛାତ୍ର ସ୍ଟୁଡେଣ୍ଟ ଭିସା ରଦ୍ଧ କରାଯିବା ବିରୁଦ୍ଧରେ ଅଦାଲତ ରେ କେଶ ଦାୟର କରାଯାଇଥିଲା l ଏଥିରେ ଭାରତୀୟ ଛାତ୍ର ଚିନ୍ମୟ ଦେବର , ଚୀନ ର ଦୁଇ ଛାତ୍ର ଜୀୟାଙ୍ଗୟୁନ ବୁ ଓ କ୍ୟୁଇ ୟାଙ୍ଗ ଓ ନେପାଳ ର ଯୋଗେଶ ଯୋଶୀ ସାମିଲ ଅଛନ୍ତି l

ଏହି ଛାତ୍ର ମାନେ କହିଛନ୍ତି ଯେ ଆମେରିକା ର ହୋମାଲ୍ୟାଣ୍ଡ ସୁରକ୍ଷା ବିଭାଗ ଓ ଇମିଗ୍ରେସନ ବିଭାଗ ଦ୍ୱାରା ବିନା କୌଣସି ତଥ୍ୟ ଦେଇ ଓ ବିନା କୌଣସି ଉଚିତ କାରଣ ନଦେଇ ସେମାନଙ୍କ ଭିସା କ୍ୟାନସେଲ କରାଯାଇଛି, ସେ କହିଛନ୍ତି ଯେ ଆମେରିକା ରେ ଅନ୍ତରାଷ୍ଟ୍ରୀୟ ଛାତ୍ର ଙ୍କର ତଥ୍ୟ ରଖୁଥିବା SEVIS ସିଷ୍ଟମ ରେ ତାଙ୍କର ସ୍ଟାଟସ ଅଚାନକ ଓ ଭୁଲ ଭାବରେ ନଷ୍ଟ କରିଦିଆଯାଇଛି l ସେଥିପାଇଁ ସେହି ଛାତ୍ରମାନେ ଏହା ବିରୁଦ୍ଧରେ ସଂଘୀୟ ଅଦାଲତ ରେ ମକଦମା ଦାୟର କରିଛନ୍ତି l

ଜଣାନ୍ତୁ କଣ ରହିଛି ପୁରା ମାମଲା –
ଆମେରିକାରେ ଶିକ୍ଷା ଗ୍ରହଣ କରିବାକୁ ଯାଇଥିବା ଏହି ଚାରି ଛାତ୍ର ଅଦାଲତ ରେ କହିଛନ୍ତି କି ସେମାନଙ୍କ ସ୍ଟୁଡେଣ୍ଟ ଭିସା ଆମେରିକା ରଦ୍ଧ କରିଦେଇଛନ୍ତି l କିନ୍ତୁ ଏହା ପୂର୍ବରୁ ସେମାନଙ୍କ ପକ୍ଷରୁ କୌଣସି ନୋଟିସ ଦିଆଯାଇ ନାହିଁ l ସେହି ଛାତ୍ର ମାନେ କହିଛନ୍ତି ଯେ ସେମାନେ କୌଣସି ଭୁଲ କରିନାହାନ୍ତି କିମ୍ବା ଇମିଗ୍ରେସନ ର ନିୟମ କୁ ମଧ୍ୟ ଉଲଂଘନ କରି ନାହାନ୍ତି l  ଏବଂ କଦାପି କୌଣସି ରାଜନୈତିକ ଗତିବିଧି ରେ ମଧ୍ୟ ସାମିଲ ହୋଇନାହାନ୍ତି l  ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କୁ କିଛିଟା ଛୋଟ ମୋଟ ଟ୍ରାଫିକ ଚାଲାଣ ମିଳିଥିଲା କିନ୍ତୁ ଏହାକୁ ନେଇ ଭିସା ରଦ୍ଧ କରିବା ଠିକ ନୁହେଁ l

ଛାତ୍ର ମାନଙ୍କୁ ସାହାଯ୍ୟ କରୁଥିବା ସଂସ୍ଥା ACLU କହିଛି ଯେ ଛାତ୍ର ମାନଙ୍କ ପାଇଁ ସରକାରଙ୍କର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ନୁହେଁ l ସରକାରଙ୍କର ଏଭଳି ପଦକ୍ଷେପ ଛାତ୍ରଛାତ୍ରୀ ମାନଙ୍କର କ୍ୟାରିଅର ନଷ୍ଟ କରିଦେବ ଏବଂ ଆମେରିକାର ଶିକ୍ଷା ପ୍ରଣାଳୀ ର ଛବିକୁ ମଧ୍ୟ ବିଶ୍ୱରେ ପ୍ରଭାବିତ କରିବ l ଯଦି ଏଭଳି ଘଟଣା ବାରମ୍ବାର ଘଟିଲା ତେବେ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀ ଆମେରିକାରେ ଶିକ୍ଷା ଗ୍ରହଣ କରିବାକୁ ଭୟ କରିବେ l

ଏହି ମାମଲା ଏଭଳି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ ର ନୀତି ଯୋଗୁଁ ଆମେରିକରେ ପଢ଼ୁଥିବା ହଜାର ହଜାର ଛାତ୍ର ଅସୁବିଧାରେ ପଡିଛନ୍ତି l କିଛି ଛାତ୍ରଙ୍କର ବିନା ସୂଚନା ରେ ଭିସାର ଅବଧି ସମାପ୍ତ କରିଦିଆ ଯାଇଛି l  ଏବଂ ସେମାନଙ୍କୁ ଆମେରିକା ଛାଡି ଯିବା ପାଇଁ ମଧ୍ୟ ନୋଟିସ ମିଳିଛି l

Leave A Reply