କୋମଳ ବା ସଫ୍ଟ ବିଛଣା ର ଆବଶ୍ୟକତା ସମସ୍ତଙ୍କର ରହିଛି, ବିଶେଷ ଭାବରେ ଛୋଟ ପିଲାମାନେ ସଫ୍ଟ ବିଛଣାରେ ଶୋଇବାକୁ ପସନ୍ଦ କରନ୍ତି, ଆମେ ଭାବିଥାଉ ଯେ ସଫ୍ଟ ବିଛଣା ଓ ସୁନ୍ଦର ବେଡ଼ସିଟ ରେ ଶୋଇବା ପାଇଁ ଆମକୁ ଶାନ୍ତି ଲାଗିଥାଏ l ଏହା ଶିଶୁ ମାନଙ୍କ ପାଇଁ କେବଳ ନୁହେଁ ବଡ଼ ମାନଙ୍କ ପାଇଁ ନୁହେଁ ଛୋଟ ଶିଶୁଙ୍କ ପାଇଁ ମଧ୍ୟ ଅଧିକ ସଫ୍ଟ ବିଛଣା ମଧ୍ୟ ସ୍ଲୋ ପଏଜେନ ଭଳି କାର୍ଯ୍ୟ କରିଥାଏ l
ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଛୋଟ ପିଲାଙ୍କ ପାଇଁ ବ୍ୟବହୃତ ହେଉଥିବା କୋମଳ ଗଡି ଓ ବିଛଣା ରୁ ଏଭଳି ବିଷାକ୍ତ କେମିକାଲଶ ରହିଛି, ଯାହାକି ତାଙ୍କ ହର୍ମୋନଲ ଓ ମାନସିକ ବିକାଶ କୁ କ୍ଷତି କରୁଛି l
* ଟରୋଣ୍ଟ ବିଶ୍ଵବିଡ଼ାଳୟ ର ପ୍ରଫେସର ଙ୍କ ଅଧୟନ ଅନୁସାରେ ୬ମାସ ରୁ ନେଇ ୪ବର୍ଷ ର ପିଲା ମାନଙ୍କର ୨୫ ଟି ରୁମ ରେ ବାୟୁ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ଛୋଟ ପିଲାଙ୍କ ବେଡ଼ ନିକଟରେ ବିଷାକ୍ତ କେମିକାଲ ଯୁକ୍ତ ବାୟୁ ଦେଖିବାକୁ ମିଳିଥିଲା l
* ଫାଂଥେଲେଟସ ଗୋଟିଏ ଏଭଳି କେମିକାଲ ହୋଇଥାଏ , ଯାହାକି ପ୍ଲାଷ୍ଟିକ କୁ ସଫ୍ଟ ଓ ମଜବୁତ କରିବା ପାଇଁ ବ୍ୟବହାର କରାଯାଇଥାଏ l ଏହା ହର୍ମୋନଲ ଅସନ୍ତୁଳନ , ସମୟ ପୂର୍ବରୁ ବାର୍ଦ୍ଧକ୍ୟ, ପ୍ରଜନନ ତନ୍ତ୍ର ରେ ଅସୁବିଧା, ଓ ମାନସିକ ବିକାଶ ରେ ବାଧା ହୋଇଥାଏ l ବିଶେଷଜ୍ଞ ଙ୍କ ମତରେ କେମିକାଲ କେବଳ ଦାମୀ ନୁହେଁ କମ ଦାମିକିଆ ଗଡି ରେ ମିଳିଥାଏ l
* ଯଦି ଆପଣ ନିଜ ପିଲାଙ୍କୁ ନେଇ ସଚେତନ ତେବେ ସୁତା ବିଛଣା ଓ କନ୍ଥା ଶୋଇବାର ଅଭ୍ୟାସ କରାନ୍ତୁ , ଯାହାକି ପୂର୍ବରୁ ଭାରତୀୟ ଗ୍ରାମ ଗୁଡିକରେ ବ୍ୟବହାର ହେଉଥିଲା, ଆଜି ମଧ୍ୟ ଭାରତର ଗାଁ ଗୁଡିକ ରେ ଏଭଳି ହାତ ତିଆରି ବିଛଣା ରେ ଶୁଣାଉଛନ୍ତି, ଯାହାକି ସେମାନଙ୍କ ଶରୀର କୁ ସୁସ୍ଥ ଓ ନିରୋଗୀ ରଖୁଛି l
* ଗାଁ ର ଛୁଆମାନେ ସହର ର ଛୁଆ ମାନଙ୍କ ଅପେକ୍ଷା ଅଧିକ ନିରୋଗୀ ଓ ସୁସ୍ଥ ରହୁଛନ୍ତି l କାହିଁକି ନା ଏହାର ମୁଖ୍ୟ କାରଣ ହେଲା ଦେଶୀ ଖାଦ୍ୟ ଓ ଦେଶୀ ବିଛଣା l