Odisha news

ବ୍ରିଟେନରେ ଗୁଗୁଲ ବିରୋଧରେ କୋର୍ଟଙ୍କ ବଡ଼ ପଦକ୍ଷେପ

0

ଗୁଗୁଲ ବିରୋଧରେ ବ୍ରିଟେନ ରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି, ଏଥିରେ ଟେକ କମ୍ପାନୀ ବିରୁଧରେ ୫ ଆରବ ପାଉଣ୍ଡ ଅର୍ଥାତ ପାଖାପାଖି ୫୫ ହଜାର କୋଟି ଟଙ୍କାର କ୍ଲାସ ଆକ୍ସନ ବାବଦରେ ମକଦମା କରାଯାଇଛି l  ଏହି ଆରୋପ ଲାଗିଛି ଯେ ଗୁଗୁଲ ପକ୍ଷରୁ ଅନଲାଇନ ବିଜ୍ଞାପନ ରେ ନିଜର ମନପୋଲି ବ୍ୟବହାର କରିଛି l  ଟେକ କମ୍ପାନୀ ର ଏହି ପଦକ୍ଷେପ ଦ୍ୱାରା ହଜାର ହଜାର କମ୍ପାନୀ ଆର୍ଥିକ ଭାବରେ କ୍ଷତି ଲାଭ କରିଛନ୍ତି l

ଗୁଗୁଲ ବିରୋଧରେ ଏହି ମକଦମା ପ୍ରତିସ୍ପର୍ଦ୍ଧା ନିୟମ ର ଏକ୍ସପର୍ଟ ପ୍ରଫେସର Or Brook ପକ୍ଷରୁ ୟୁକେ କମ୍ପିଟିସନ ଅପିଲ ଟ୍ରିବ୍ୟୁନାଲ ରେ ଦାୟର କରାଯାଇଛି, ବ୍ରିଟେନ ର ସେହି ହଜାର ହଜାର କମ୍ପାନୀଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି, ଯିଏକି ୨୦୧୧ ରୁ ବର୍ତମାନ ପର୍ଯ୍ୟନ୍ତ ବ୍ୟବହାର କରିଛନ୍ତି l

ଆରୋପ ଲାଗିଛି ଯେ ଗୁଗୁଲ ପକ୍ଷରୁ ମୋବାଇଲ କମ୍ପାନୀ ମାନଙ୍କ ଦ୍ୱାରା ବୁଝାମଣା କରି କ୍ରୋମ ଓ ଗୁଗୁଲ ସର୍ଚ୍ଚ କୁ ଡିଫଲ୍ଟ ଆପ ତିଆରି ହୋଇଛି, ଯେଉଁ କାରଣରୁ ଏଣ୍ଡ୍ରୋଏଡ ଡିଭାଇସ ରେ କିଛି ଅନ୍ୟ କିଛି ସର୍ଚ୍ଚ କରିପାରିବେ ନାହିଁ l ଏହା ସହିତ ଗୁଗୁଲ ଉପରେ ଏହା ମଧ୍ୟ ଆରୋପ ଲାଗିଛି ଯେ ସେ ନିଜର ମନୋପୋଲି ର ବ୍ୟବହାର କରି ବ୍ରିଟେନ ର କମ୍ପାନୀ ଗୁଡିକୁ ଆବଶ୍ୟକତା ଠାରୁ ଅଧିକ ପଇସାରେ ବିଜ୍ଞାପନ ଦେବାପାଇଁ ମଜବୂର କରିଛି l

ଏହା ବ୍ୟତୀତ ଡିଜିଟାଲ ବିଜ୍ଞାପନ ରେ କଡା ନିୟମ ଲାଗୁ ହୋଇପାରେ ଓ ୟୁକେ-ଆମେରିକା ରେ ଚାଲିଥିବା ଆଣ୍ଟି ଟ୍ରଷ୍ଟ ଯାଞ୍ଚ କୁ ମଧ୍ୟ ଏହି ନିଷ୍ପତି ଦ୍ୱାରା ଅଧିକ ସୁବିଧା ମିଳିପାରେ l

Leave A Reply