ବନ୍ଧା ହେବେ ବ୍ଲଗର ଲବ ହାଁସଦା କିନ୍ତୁ କେଉଁଠି ରହିଛନ୍ତି ଲବ ହାଁସଦା , ପୋଲିସ ଖୋଜୁଛି ବ୍ଲଗର ଙ୍କୁ ଗାର୍ଲ ଫ୍ରେଣ୍ଡ ର ଆତ୍ମହତ୍ୟା ମାମଲା ରେ ହେବେ ଗିରଫଯୁଟୁବର ଲବ ହାଁସଦା ଟ୍ରାଭେଲ ବ୍ଲଗର ଭାବରେ ପାଇଥିଲେ ପ୍ରତିଷ୍ଠା l ଜଣେ ଟ୍ରାଭେଲ ବ୍ଲଗର ଭାବରେ ଲବ ହାଁସଦା ଓଡ଼ିଶାରେ ପରିଚୟ ପାଇଥିଲେ l କିନ୍ତୁ ବର୍ତମାନ ସେ ଛନ୍ଦି ହୋଇ ଯାଇଛନ୍ତି ବିବାଦ ରେ ଓ ବେଙ୍ଗାଲୁରୁ ରେ ତାଙ୍କ ବିରୋଧ ରେ ମାମଲା ରୁଜୁ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ଲବ ହାଁସଦା ଙ୍କ ପ୍ରେମିକା ସୋଲାମୀ ଙ୍କ ଆତ୍ମହତ୍ୟା କୁ ନେଇ ମାମଲା ରୁଜୁ ହୋଇଛି l ହାଁସଦା ଙ୍କ ପ୍ରେମିକା ସୋଲାମୀ ମୁର୍ମୁ ଗତ ୧୪ ତାରିଖ ରେ ଆତ୍ମହତ୍ୟା କରିଥିଲେ l ସୋଲାମୀ ଙ୍କ ମୃତ୍ୟୁ ପାଇଁ ଲବ ଙ୍କୁ ସୋଲାମୀ ଙ୍କ ଭାଇ ଦାୟୀ କରିଛନ୍ତି l
ଲବ ଙ୍କ ପ୍ରେମିକା ଜଣେ ବାଇକ ରାଇଡର୍ ଏବଂ ସେ ବିହାର ର ନିବାସୀ ଅଟନ୍ତି l ଏବଂ ସେ ବେଙ୍ଗାଲୁରୁ ରେ ଚାକିରୀ କରିଥିଲେ l ସୋଲାମୀ ଙ୍କ ଭାଇ ଲବ ଙ୍କ ବିରୁଦ୍ଧରେ ଏକାଧିକ ମହିଳା ଙ୍କ ସହିତ ସମ୍ପର୍କ ରଖିଥିବାର ଆରୋପ ଲଗାଇ ଥିଲେ ଓ ସେ କହିଛନ୍ତି ଯେ ସୋଲାମୀ ଏହି ବିଷୟ ରେ ଜାଣି ପାରିଥିଲେ , ଏହାପରେ ଏହି ଘଟଣାକୁ ନେଇ ଉଭୟ ଙ୍କ ମଧ୍ୟରେ ଦୀର୍ଘଦିନ ରୁ ମତାନ୍ତର ଓ ମନାନ୍ତର ଚାଲି ଆସୁଥିଲା l ଆତ୍ମହତ୍ୟା ର କିଛି ସମୟ ପୂର୍ବରୁ ମଧ୍ୟ ସୋଲାମୀ ଲବ ଙ୍କ ସହିତ ଯୋଗାଯୋଗ କରି ବାକୁ ଚେଷ୍ଟା କରିଥିଲେ l
ଲବ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ର ଏବଂ ସେ ଭଦ୍ରକ ଜିଲ୍ଲା ରେ ନିଜ ମା ଙ୍କ ସହିତ ରହି ଆସୁଥିଲେ l କିନ୍ତୁ ବର୍ତମାନ ସେ ନିଜ ଜନ୍ମ ମାଟି ମୟୁରଭଞ୍ଜ ସହିତ କାହା ସାଙ୍ଗରେ ସମ୍ପର୍କ ରେ ନାହାନ୍ତି ଲ ଲବ ଗୋଟିଏ ହୋଟେଲ ବଏ ରୁ ନିଜ ଜୀବନ ଆରମ୍ଭ କରିଥିବା ଲବ ହାଂସଦା ଖୁବ କମ ଦିନରେ ଗୋଟିଏ ଇଣ୍ଟର୍ନେଶନାଲ ବ୍ଲଗର ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ l ଦେଶ ସହିତ ବିଦେଶ ରେ ମଧ୍ୟ ଅନେକ ବ୍ଲଗ କରି ନିଜ ଫ୍ୟାନ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ l