ଭାରତ ପାଇଁ ଆହୁରି ସହଜ ହେବ ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ , ଆସିଗଲା ଆକାଶ ଉପରେ ନଜର ରଖିବା ପାଇଁ EOS -09 ସ୍ୟାଟେଲାଇଟ
ଅନ୍ତରୀକ୍ଷ ରେ ବୃଦ୍ଧି ପାଉଛି ଭାରତର ଶକ୍ତି –
ଭାରତ ର ବଢୁଥିବା ଅନ୍ତରୀକ୍ଷ କାର୍ଯ୍ୟକ୍ରମ ଦେଶ ର ଶକ୍ତି ଓ ଆତ୍ମନିର୍ଭରତା ର ପ୍ରତୀକ ଅଟେ, ନିକଟରେ ଇସ୍ରୋ ର ସଫଳତା ଚନ୍ଦ୍ରଜାନ, ମଙ୍ଗଳଯାନ ଓ ଗଗନ ଯାନ ଭଳି ମିଶନ ସହିତ ବୈଶ୍ୱାଇକ ଅନ୍ତରୀକ୍ଷ ସମୁଦାୟ ରେ ନିଜର ଉପସ୍ଥିତି ମଜବୁତ କରିଛି l ବର୍ତମାନ ଭାରତର EOS -09 ସ୍ୟାଟେଲାଇଟ ର ପ୍ରତ୍ୟର୍ପଣ ର କ୍ଷମତା କୁ ଦର୍ଶାଇବ l
ଏହି ସ୍ୟାଟେଲାଇଟ କେଉଁ କାମ କରିବ –
EOS -09 ସ୍ୟାଟେଲାଇଟ କୁ ରିସେଟ -1 ବି ନାମରେ ମଧ୍ୟ ଜଣାଶୁଣା ଅଟେ, ଏହାକୁ ପ୍ରକ୍ଷେପଣ ଭାରତ ର ଅନ୍ତରୀକ୍ଷ କାର୍ଯ୍ୟକ୍ରମ ରେ ଗୋଟିଏ ମାଇଲ ଖୁଣ୍ଟ ହେବ, ଯେଉଁ ସ୍ୟାଟେଲାଇଟ ଜରିଆରେ ଭାରତ ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ ଉପରେ ନଜର ରଖିଥିଲା, ଏହା ସେହି ସ୍ୟାଟେଲାଇଟ ର ଲାଟେଷ୍ଟ ଭର୍ଜନ ଅଟେ, ଏହି ଉପଗ୍ରହ କୁ ପୃଥିବୀ ର କକ୍ଷପଥ ରେ ସ୍ଥାପିତ କରାଯିବ , ଏହାର ର ଓଜନ ୧୭୧୦ କିଲୋଗ୍ରାମ ଅଟେ l
EOS -09 ସ୍ୟାଟେଲାଇଟ ର କଣ ରହିଛି ବିଶେଷତା –
ରକ୍ଷା ଓ ସୁରକ୍ଷା ର ସ୍ଥିତି ରେ EOS -09 ସ୍ୟାଟେଲାଇଟ ଅନେକ ମହତ୍ଵପୁର୍ଣ ତଥ୍ୟ ପ୍ରଦାନ କରିବ, ଏହା ବର୍ଡ଼ର ଉପରେ ସନ୍ଦିଗ୍ଧ ଗତିବିଧି କୁ ଯାଞ୍ଚ କରିବ , ସୀମାକୁ ଧ୍ୟାନ ରଖିବ, ଏବଂ ରଣନୀତି କ୍ଷେତ୍ର ରେ ମ୍ୟାପିଂ କରିବ l ଏହାର ହାଇ ରୀଜ୍ୟଲୁସାନ ଇମେଜିଙ୍ଗ ପାୱାର ସେନାକୁ ଜରୁରୀ ତଥ୍ୟ ପ୍ରଦାନ କରିବ l
ଏହା ସହିତ ପ୍ରାକୃତିକ ବିପଦ ଚକ୍ରବତ ତୋଫାନ, ବନ୍ୟା, ଭୂମିକମ୍ପ ଓ ଭୁ ସ୍ଖଳନ କ୍ଷେତ୍ର ର ପ୍ରଭାବ କୁ ଆକଳନ କରିବ l ଏହା ବ୍ୟତୀତ ପ୍ରାକୃତିକ ସଂସାଧନ କୁ ମଧ୍ୟ ଲକ୍ଷ ରଖିବ, ଫସଲର ସ୍ଥିତି ଓ ସ୍ୱାସ୍ଥ୍ୟ ଏବଂ ପର୍ଯାବରଣ ର ପରିବର୍ତ୍ତନ କୁ ବିସ୍ଲେସଣ କରିବ l