ବାଲିତୁଠ,୯/୧୦ ଜାତୀୟ କଂଗ୍ରେସ ଡାକରାରେ ଓ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ, ଏରସମା ବ୍ଲକ୍ ୪ ନଂ ଜୋନରେ, ସୋମବାର ଘରେ ଘରେ କଂଗ୍ରେସ ଘରେ ଘରେ ହାତ,ସଙ୍କଳ୍ପ ପଦଯାତ୍ରା ଅନୁଷ୍ଠିତ ହୋଇଛି।ଆଜି ପୂର୍ବାହ୍ନରେ ଢ଼ିଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ଠାରୁଏହି ସଂକଳ୍ପ ପଦଯାତ୍ରା ଚାରି ନ ଯୋନ ର କଂଗ୍ରେସ ଜିଲ୍ଲା ପରିଷଦ ପିନାକୀ ନାରାୟଣ ଦାସ ଙ୍କ ନେତୃତ୍ୱରେ ଶୁଭାରମ୍ଭ ହୋଇ ନୂଆଗାଁ ପଞ୍ଚାୟତ ପରିକ୍ରମା ସହିତ,ଅପରାହ୍ନରେ ଗଡକୁଜଙ୍ଗ ପଞ୍ଚାୟତର କୁଞ୍ଜବିହାରୀ ଙ୍କ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଥିଲା।ଏହି ପଦଯାତ୍ରା କାଳରେ ନେତ୍ରୃମଣ୍ଡଳୀ ମାନେ ବିଭିନ୍ନ ଗ୍ରାମର ସାଧାରଣ ଲୋକମାନଙ୍କୁ ଭେଟି, ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର କୁଶାସନ,ଗୁଣ୍ଡା ରାଜ ,ନିର୍ଯ୍ୟାତନା, ଲୁଣ୍ଠନ ଓ ଏହି ଶାସନ କାଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦରବ୍ରୃଦ୍ଧି ପ୍ରଭ୍ରୃତି ସମ୍ପର୍କରେ ଅବଗତ କରାଇଥିଲେ।ତେବେ ଏକମାତ୍ର ଜାତୀୟ କଂଗ୍ରେସ ଦଳହିଁ ରାଜ୍ୟ ତଥା ସମଗ୍ର ଭାରତବର୍ଷରେ ସୁଶାସନ ଦେଇପାରିବ ବୋଲି କହିଥିଲେ।ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ ତଥା ପିସିସି ସାଧାରଣ ସମ୍ପାଦକ ଡା ଲଲାଟେନ୍ଦୁ ମହାପାତ୍ର,ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ତଥା ପିସିସି ସଦସ୍ୟ ଇଂ ନଳିନୀ ସ୍ଵାଇଁ,ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଜଗତଜୀବନ ମହାନ୍ତି, ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ପିନାକୀ ଙ୍କ ସଂକଳ୍ପ ପଦଯାତ୍ରା କଂଗ୍ରେସ ର ଏକ ଶକ୍ତିପଦର୍ଶନ ବୋଲି ଚର୍ଚ୍ଚା ଜୋର ଧରିଛି ।ଯାହା ଶାସକ ଦଳର ମୁଣ୍ଡ ବିନ୍ଧାର କାରଣ ହୋଇଥିବା ଚର୍ଚ୍ଚା ହେଉଛି ।ଗତ ତ୍ରିସ୍ତରିୟ ନିର୍ବାଚନ ରେ ପିନାକୀ ଚାରି ନ ଯୋନ ରୁ ୨୬୧୫ଖଣ୍ଡ ଭୋଟ ରେ ବାଜିମାତ ମାରିଥିଲେ ।ଯାହା ଶାସକ ଦଳକୁ ଶକ୍ତ ଝଟକା ଦେଇଥିଲା ।ଉକ୍ତ ଯୋନ ରେ ବିଜେଡିର ଦଳୀୟ କନ୍ଦଳ,ନେତୃତ୍ୱ ଅଭାବ ନେଇ ଶାସକ ଦଳ ର କତ୍ତୃତ୍ୱ ଉପରେ ଆଶଙ୍କା ପ୍ରକାଶ ପାଇଥିବା ଚର୍ଚ୍ଚା ହେଉଛି ।ଏରସମା ବ୍ଲକ୍ କଂଗ୍ରେସ ସଭାପତି ବଲ୍ଲଭାନନ୍ଦ ସ୍ଵାଇଁ,ବଳେଇପୁର ପଞ୍ଚାୟତ ସରପଞ୍ଚ ସୁଷମା ସ୍ଵାଇଁ,ପୂର୍ବତନ ସରପଞ୍ଚ ଧ୍ୱଜରାଜ ଖଣ୍ଡୁଆଳ,ଅଖିଳ ବଲ୍ଲଭ ସ୍ଵାଇଁ ,ମାଗୁ ନାୟକ,ସ୍ମୃତି ମନ୍ତ୍ରୀ,କାଳନ୍ଦୀ ଦାସ,ଅନୁଜ ରାୟ, ମାନ ଗୋବିନ୍ଦ ଦାସ,ଶିଶିର ସ୍ୱାଇଁ,ଗଜେନ୍ଦ୍ର ଦାସ,ବିଚିତ୍ରା ନନ୍ଦ ବିଶ୍ୱାଳ ପ୍ରମୁଖ ନେତ୍ରୃମଣ୍ଡଳୀଙ୍କ ସମେତ ହଜାରରୁ ଉର୍ଦ୍ଧ୍ଵ କଂଗ୍ରେସ କର୍ମୀମାନେ ଏହି ସଂକଳ୍ପ ପଦ ଯାତ୍ରାରେ ଯୋଗଦେଇଥିଲେ।