ବାଲିତୁଠ,୨୬/୯ : ବିଦ୍ୟୁତ ଆଘାତରେ ପାଟଣା ଗ୍ରାମର ଜଣେ ଯୁବକଙ୍କ ର ମ୍ରୃତ୍ୟୁ ଘଟିଛି।ଘଟଣାରୁ ଜଣାପଡିଛି,ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ପାଟଣା ଗ୍ରାମର ସୁଜନ ଦାଶ (୩୦) ପିତା ମୋହନ ଦାଶ,ମଙ୍ଗଳବାର ସକାଳେ ନିଜଘରର ବିଦ୍ୟୁତ ସଂଯୋଗର ତ୍ରୁଟି ପରଖୁଥିଲେ।ତେବେ ଘରର ମେନ୍ ସୁଇଜ ବନ୍ଦନକରି ଏହି କାର୍ଯ୍ୟ କରୁଥିବାବେଳେ,ବିଦ୍ୟୁତ ଆଘାତରେ ଅଚେତ ସୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ବାଲିତୁଠ ମେଡିକାଲ ଓ ପରେ କୁଜଙ୍ଗ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମ୍ରୃତ ଘୋଷଣା କରିଥିଲେ।ଖବର ପାଇ ଅଭୟଚାନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ,କୁଜଙ୍ଗ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି।ଅଭୟଚାନ୍ଦପୁର ଥାନାରେ ୫/୨୩ ରେ ଏକ ଅପମ୍ରୃତ୍ୟୁ ମାମଲା ରୁଜୁ କରାଯାଇଥିବାର ଥାନା ଆଇ ଆଇ ସି ରାଜକିଶୋର ବେହେରାଙ୍କ ସୂତ୍ରରୁ ଜଣାପଡିଛି। ସୁଜନ ଙ୍କ ଭଉଣୀ ପୂର୍ଣ୍ଣିମା ଭୋଳ ଅଭୟ ଚାନ୍ଦ ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ ସୁଜନ ଗାଈ ଖୋଜିବାକୁ ଯାଇଥିବା ବେଳେ ବିଦୂତ ସଂସ୍ପର୍ଶରେ ଆସି ଅଚେତ ହୋଇପଡିଥିଲେ । ମେଡିକାଲ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ବିଦୂତ ବିଭାଗ ଯନ୍ତ୍ରୀ ଏହି ଦୁର୍ଘଟଣା ରେ ତାଙ୍କର କିଛି ସଂପର୍କ ନାହିଁ ବୋଲି କହିଛନ୍ତି ।ଗାଁ ଅସ୍ଥାୟୀ ମଶାଣି ରେ ଶୋକକୁଳ ପରିବେଶରେ ସୁଜନ ଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।