ବାଲିପାଟଣା : ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଲୋକସଭା ପ୍ରାର୍ଥୀ ୟସିର୍ ନୱାଜ୍ ଓ ବିଧାନସଭା ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସାଗରିଆ ଉଭୟ ପ୍ରଥମେ ମକୁନ୍ଦଦାଶପୁର୍ ପଞ୍ଚାୟତ ମସଜିଦରେ ନମାଜ ପାଠ କରି ସବୁ ଗ୍ରାମ ବୁଲି ଭୋଟ ଭିକ୍ଷା ଆରମ୍ଭ କରିଥିଲେ। ତାପରେ ସୋମଣାଶାସନରେ ଥିବା ଚିତଳପୁରୁ, ବରଦାପଡ଼ା ବୁଲି ସାରିବା ପରେ ରାଜସ ପଞ୍ଚାୟତ ପାଳ ସାହି ଓ ମଠ ସାହି ଆଦିରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ । ସେଠାରୁ ଆସି ବାଲିପାଟଣାରେ ଥିବା କଂଗ୍ରେସ କାର୍ଯ୍ୟଳୟ ଠାରେ ଆୟୋଜିତ ଏକ ମହିଳା ସମାବେଶରେ ଭାଷଣ ଦେଇ କହିଥିଲେ ଜୟଦେବର ଶିକ୍ଷିତ ବ୍ୟକ୍ତି, ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିବାସୀ, ହରିଜନ ମୋର୍ଚ୍ଚାର ସଦସ୍ୟ ମାନେ ଏକଜୁଟ ହୋଇ କଂଗ୍ରେସ ଦଳକୁ ସମର୍ଥନ ଜଣାଇଲେ ଦଳ ନିଶ୍ଚିତ ବିଜୟୀ ହେବ। ସେଥିପାଇଁ ସମସ୍ତ ବସ୍ତିରୁ ହିଁ ପ୍ରଚାର ଆରମ୍ଭ ହୋଇଛି। ସନ୍ଧ୍ୟାରେ ତୁରିନ୍ତିରାରେ ଥିବା ମସଜିଦ ଲୋକଙ୍କୁ ଭେଟି ଆଲୋଚନା କରିବା ପରେ ମିନାବଜାରରେ ଭୋଟ ଭିକ୍ଷା କରି ଲୋକଙ୍କୁ ସରକାର ପରିବର୍ତନ କରାଇବା ପାଇଁ ଅନୁରୋଧ କରିଥିଲେ ।ଏହି ସବୁ କାର୍ଯ୍ୟକ୍ରମକୁ ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟ ପରିଚାଳନା କରିଥିବା ବେଳେ ବରିଷ୍ଠ ନେତା ବେଣୁଧର ଭୋଇ , ଗୟାଧର ରାଉତରାୟ ,ଯୁବ ସଭାପତି ସଂଦିପ୍ତ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ ।