Odisha news

ସୁନେତ୍ର ଯୋଜନାରେ ୨୦୯ ଜଣଙ୍କୁ ଚଷମା ବଣ୍ଟନ

0
ବାଲିପାଟଣା ୧୭/୦୩ :  ରାଜ୍ଯ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରଚଳିତ  ଶୁ ନେତ୍ର ଯୋଜନା ମାଧ୍ୟମରେ ଗତ ତିନି ଦିନ ଧରି ସମସ୍ତଙ୍କର ଚକ୍ଷୁ  ପରୀକ୍ଷା କରିବା ସହିତ ଚଷମା ବଣ୍ଟନ କରାଯାଇଛି। ଚକ୍ଷୁ ଜନିତ ସମସ୍ୟାର ନିରାକରଣ ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଶୁନେତ୍ର ଯୋଜନାରେ ବାଲିପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଭୟମୁଖି ଉପ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ଚାଳିଥିବା ଏହି ଚକ୍ଷୁ ଚିକିତ୍ସା ଶିବିରରେ ୨୦୯ ଜଣଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ୧୮ ଜଣଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ପଠା ଯାଇଥିଲା। ଖୋର୍ଦ୍ଧା ଡି ପି ଏମ ଡଃ ଅଜୟ ସିଂ,ବାଲିପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀକାନ୍ତ ବେହେରା,ଓ ଚକ୍ଷୁ ଡାକ୍ତର ଗୌତମ ଦାସଙ୍କ ସହିତ ବହୁ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।
Leave A Reply