Odisha news

କୃପାନେତ୍ର ପକ୍ଷରୁ ‘ଆମ ଗାଁ ଆମ ସାହିତ୍ୟ’ କାର୍ଯ୍ୟକ୍ରମ

0

ବାଲିପାଟଣା, ୧୬/୨ : ରାଜଧାନୀ ଉପକଣ୍ଠ ବନମାଳୀପୁର ପ୍ରାଚୀ ପୀଠ ଅନ୍ତର୍ବେଦୀ ମଠ ପରିସରରେ ତ୍ରୟୋମାସିକ ଶିଶୁ କିଶୋର ପତ୍ରିକା ‘କୃପାନେତ୍ର’ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମି ସହଯୋଗାରେ ‘ଆମ ଗାଁ ଆମ ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତ୍ରିବେଣୀ ଅମାବାସ୍ୟା ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଶିଶୁ ପ୍ରତିଭା ଚୟନ ଯଥା ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ, କ୍ଷୁ୍ଦ୍ର ଗଳ୍ପ, କବିତା ଲିଖନ ଆଦି ପ୍ରତିଯୋଗିତା ହୋଇଥିଲା। ଏଥିରେ ୧୦ ବିଦ୍ୟାଳୟରୁ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଦ୍ବିତୀୟ ଦିବସରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ବିଭିନ୍ନ ଜିଲ୍ଲାରୁ ୪୦ ଜଣ କବି କବୟିତ୍ରୀ ଭାଗ ନେଇଥିଲେ। ୯ ଜଣ କୃତି ବ୍ୟକ୍ତିତ୍ବଙ୍କୁ କୃପାନେତ୍ର ସମ୍ମାନ, ଅନ୍ତର୍ବେଦୀ ସମ୍ମାନ ଓ କାହ୍ନୁଚରଣ ପରିଡ଼ା ସମ୍ମାନ ପ୍ରଦାନ କରାଯାଇଥିଲା। କୃପାନେତ୍ର ପରିବାରର ସଭାପତି ଅବସରପ୍ରାପ୍ତ ପ୍ରଫେସର ରାଧାନାଥ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରବୀନ୍ଦ୍ରନାଥ ପାତ୍ର ବିବରଣୀ ପାଠ କରିଥିଲେ।

Leave A Reply