ବାଲିପାଟଣା ୧୭/୦୨ : ବାଲିପାଟଣା ବ୍ଲକ ଅଞ୍ଚଳର କୃଷି ଓ କୃଷକମାନଙ୍କୁ ଚାଷ ସଂମ୍ପର୍କରେ ନୂତନ ଜ୍ଞାନ କୌଶଳର ସଚେତନତା ପାଇଁ ଆଜି ଗାଁ ଅଭିମୂଖେ ବାହାରିଛି କୃଷି ରଥ। ଏହି କୃଷି ରଥକୁ ବାଲିପାଟଣା ବ୍ଲକ ଉନ୍ନୟନ ଅଧିକାରୀ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ହରପ୍ରିୟା ଦାସ, ଆତ୍ମାର ଅଧକ୍ଷ ଶରତ ଚନ୍ଦ୍ର ତ୍ରିପାଠି, ପୁର୍ବତନ ଆତ୍ମା ଅଧକ୍ଷ କିଶୋର ଜେନା,ବ୍ଲକ କୃଷି ଅଧିକାରୀ ନଖେତ୍ର ମୋହନ ରାଉଳ, ସହକାରୀ କୃଷି ଅଧିକାରୀ ରୋହନ କୁମାର ପଣ୍ଡା,ବି ଟି ଏମ ସଞ୍ଜୀବ କୁମାର ସାହୁ, ପ୍ରମୁଖ ଉପସ୍ଥିତ ରହି ରଥକୁ ସ୍ଵାଗତ କରିଥିଲେ। ଚଳିତ ବର୍ଷ ରବି ଋତୁରେ କିପରି ଅଧିକରୁ ଅଧିକ ରବି ଫସଲ ସହ ଧାନ ଫସଲ ଉତ୍ପାଦନ ହୋଇ ପାରିବ, ବିଭିନ୍ନ ରୋଗ ପୋକ ନିରାକରଣ ସଂମ୍ପର୍କରେ ସୁରାକ ପାଇବା ମାତ୍ରେ କିପରି ପଦକ୍ଷେପ ନେବ, ସେ ସଂମ୍ପର୍କରେ ସୁଚନା ଦିଆଯାଇଥିଲା।