Odisha news

ଟ୍ରାକ୍ଟର ଚଢ଼ି ମହିଳାଙ୍କର ମୃତ୍ୟୁ

0
ବାଲିପାଟଣା : ବାଲିପାଟଣା ଥାନା ଅନ୍ତର୍ଗତ ପୋଇଝାରି ଗହୀରରେ ଏକ ଧାନ ବୋଝାଇ ଟ୍ରାକ୍ଟର ଜଣେ ମହିଳାଙ୍କ ଉପରେ ଚଢ଼ି ଯିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଅଡସପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଆଜି ଅପରାହ୍ନରେ ମଝିହରା ଗ୍ରାମ ପଞ୍ଚାୟତର ସାରଙ୍ଗସାହି ପାଟଣାର ସୀତା ମଲ୍ଲିକ (୫୮) ନିଜ ଜମି ପୋଇଝାରି ଗାହିରରେ କଟା ଧାନକୁ ଏକ ଟ୍ରାକ୍ଟରରେ ଲୋଡ୍ କରି ପଛୁଆ କରିବା ସମୟରେ ପଛରେ ଛିଡା ହୋଇଥିବା ସୀତାକୁ ଧକ୍କା ଦେଇଥିଲା। ଫଳରେ ସୀତା ଛିଟିକି ପଡ଼ି ଥିଲା,ଓ ତା ଉପରେ ପଛ ଚକା ଚଢି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଅଡସପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Leave A Reply