Odisha news

ଧାଡି ରୁଆ କୃଷି ପ୍ରଶିକ୍ଷଣ ଶିବିର

0
ବାଲିପାଟଣା : ମାର୍ଶ ଓଡ଼ିଶା ପରିଚାଳନା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସହଯୋଗରେ ବାଲିପାଟଣା ବ୍ଲକ୍ ସ୍ଥିତ ଗୁଆପୂର୍ ପଞ୍ଚାୟତ ରେ ଯନ୍ତ୍ର ଚାଳିତ ଧାଡି ବୁଣା ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଯାଇଅଛି। ଏହି ଶିବିର ରେ ଆଖପାଖ ଗ୍ରାମର ୪୨ ଜଣ ଚାଷୀ ଯୋଗଦାନ କରିଥିଲେ, ଯେଉଁମାନେ ଚଳିତବର୍ଷ ଡି ଏସ୍ ଆର୍ ରେ ଧାନ ଚାଷ କରିଛନ୍ତି। ଉକ୍ତ ଶିବିର ରେ ବ୍ଲକ୍ କୃଷି ଅଧିକାରୀ ନକ୍ଷତ୍ର ମୋହନ ରାଉଳ ବି ଟି ଏମ୍ ସଞ୍ଜୀବ କେତନ ସାହୁ, ଭି ଏ ଡବ୍ଲୁ ବୁଦ୍ଧନାଥ ବିଶ୍ୱାଳ,ଗୁଆପୁର ସରପଞ୍ଚ ଙ୍କ ପ୍ରତିନିଧି ଅର୍ଜୁନ କୁମାର ସ୍ୱାଇଁ ଯୋଗଦାନ କରି ଏହି ପଦ୍ଧତିରେ ଚାଷ କଲେ କଣ ଲାଭ ହେବ ସେ ବିଷୟରେ ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ ଏବଂ ଏଥିରେ ଥିବା ଆର୍ଥିକ ସରକାରୀ ସହାୟତା ଉପରେ ଚାଷୀ ମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ କୁ  ମାର୍ସ ଓଡିଶା ପରିଚାଳକ ଆଲୋକ ପୁଝାରୀ ସ୍ୱାଗତ ଭାଷଣ ଦେଇଥିଲେ, ଓ ବ୍ଳକ୍ ସଂଯୋଜକ ଧନଞ୍ଜୟ ମହାପାତ୍ର ପରିଚାଳନା କରିଥିଲେ।
Leave A Reply