Odisha news

ବାଲିପାଟଣା ରେ ତିନି ବେଆଇନ କରତ କଳ ଉପରେ ଚଢାଉ

0
ବାଲିପାଟଣା ୨୨/୧୧ :  ଆଜି ଭୋରରୁ ପ୍ରଥମେ ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଥିବା ତିନୋଟି  ବେଆଇନ କରତ ବାଲିପାଟଣା, ସରିପୂର୍, ଓ କୁଳନ୍ତିରା କଳ ଉପରେ ଭିଜିଲାନ୍ସ ଓ ବାଲିପାଟଣା ବନାଞ୍ଚଳ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ। ବାଲିପାଟଣା ଛକ କରତ କଳକୁ ଗ୍ୟାସ୍ କଟର ମେସିନ ସାହାଯ୍ୟରେ କାଟି ଗାଡ଼ିରେ ଲୋଡ କରିବା ପରେ ସମ୍ପୃକ୍ତ କରତ କଳର ତାଲା ପଡ଼ିଥିବା ଘର କାବାଟ ଭାଙ୍ଗି ସରଞାମ ବୋହି ନେଇଥିଲେ। ସେହି ସମୟରେ ଖବର ସଂଗ୍ରହ ପାଇଁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ପହଁଚିବାରୁ ଭିଜିଲାନ୍ସ ଏସିଫଓ ସାଧନା ସ୍ବାଇଁ ସେମାନଙ୍କ ଉପରେ ଚିହିଁକି ଉଠିଥିଲେ ଓ ସେଠାରୁ ଚାଲିଯିବାକୁ କହିଥିଲେ.। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେମାନଙ୍କର ଆଇ -, କାଡ ମାଗିଥିଲେ। କାଡ ଦେଖାଇ ଥିଲେ ମଧ୍ଯ ଏସି ଏଫ୍ ଓ ଙ୍କ ରାଗ କମି ନ ଥିଲା। କିନ୍ତୁ ଏତେ ଯାଞ୍ଚ କରୁଥିବା ବନ ବିଭାଗର କର୍ମଚାରୀମାନେ ନିଜେ ଚଢାଉରେ ବ୍ୟବହାର କରୁଥିବା ଗାଡ଼ି ଗୁଡ଼ିକ ମଧ୍ୟରୁ ଗୋଟିକର କାଗଜ ପତ୍ର ମଧ୍ୟ ଠିକ୍ ନାହିଁ। ଏ ସଂକ୍ରାନ୍ତରେ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ଓଲଟା ଯୁକ୍ତି କରି ସାମ୍ବାଦିକ ମାନଙ୍କୁ ବାହାରକୁ ପଠାଇ ଦେଇଥିଲେ. ।ସେଠାରେ କଣ ଜବତ ହେଲା କେତେ ପରିମାଣର କାଠ ଓ ଯାନ୍ତ୍ରିକ ଜିନିଷ ଜବତ ହେଲା ସେ ବିଷୟରେ ମଧ୍ୟ କୌଣସି ବିବରଣୀ ଦେବାକୁ ମନା କରିଥିଲେ. ।କରତ କଳ ମାଲିକ ଓ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ଗୁପ୍ତ ବୁଝା ମଣା ଥିବା ପରି ମନେ ହେଉଛି। କାରଣ ୫/୬ ମାସରେ ଥରେ ଚଢାଉ କରି ବନ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ଯାହା ଫଳରେ ମିଲ୍ ନ ଚାଲିବାରୁ ଶହ ଶହ ଲୋକ ଘର କରିବାକୁ ନାହିଁ ନ ଥିବା ହଇରାଣ ହେଉଛନ୍ତି।ଏହି ଭଳି ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳର ବିଭିନ୍ନ କରତ କଳ ଉପରେ ଲୋକ ଦେଖାଣିଆ ଚଢ଼ାଉ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ସନ୍ଦେହ କରାଯାଉଛି.ବେଆଇନ ଗାଡି ପାଇଁ ନିଜେ ପୋଲିସ ପ୍ରଶାସନ ମୋଟା ଅଙ୍କର ଫାଇନ ଆଦାୟ କରୁଥିବା ବେଳେ ନିଜର କୌଣସି ଗାଡିର କାଗଜ ପତ୍ର ଠିକ ନାହିଁ ତେବେ ସେମାନଙ୍କ ଗାଡିର ଫାଇନ କିଏ ଆଦାୟ କରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି.। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
Leave A Reply