Odisha news

ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ :୨ ଯାଆଁଳା ଭାଇ ଗିରଫ ।

0
ବାଲିପାଟଣା୩/୧୧: ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ କରିଥିବା ଅଭିଯୋଗରରେ ବାଲିପାଟଣା ପୋଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି।ଖବରରୁ ପ୍ରକାଶଯେ ଫାଇନାନ୍ସ କର୍ମଚାରୀ ଦେବାଶିଷ ମହାନ୍ତି ଶୋବନି ଗ୍ରାମରୁ ଋଣ କିସ୍ତି ଆଦାୟ କରି ମଧିବନ ଛକ ଦେଇ ରାଜସ ଅଭିମୁଖେ ଯାଉଥିଲେ।ଦୁଇଜଣ ଯୁବକ ତାଙ୍କୁ ପିଛାକରି ରାଜସ୍ୱ ଗ୍ରାମ ନିକଟରେ ଅଟକାଇ ତାଙ୍କଠାରୁ ୩୭୦୦ଟଙ୍କା ଲୁଟ କରି ଫେରାର ଉଦ୍ୟମ କଲାବେଳେ ଫାଇନାନ୍ସ କର୍ମଚାରୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସି ତାଙ୍କ ଦୁଇ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚାରା କରୁଛି।ଆସନ୍ତା କାଲି କୋର୍ଟ ଚାଲାଣ କରାଜିବବୋଲି ଆଇ ଆଇ ସି ଓମ ପ୍ରକାଶ ମହାନ୍ତିଙ୍କ ଠାରୁ ପ୍ରକାଶ।ସେ ଲୁଟେରା ଦୁଇଜଣ ଗାରେଡିପାଞ୍ଚନ ଗ୍ରାମର ଦୁଇଭାଇ ଲବ ଭୋଇ ଓ କୁସ ଭୋଇ ବୋଲି ଜଣା ପଡ଼ିଛି।ଏହାର କେଶ ନମ୍ବର ୩୮୫/୨୩ ଋଜୁ କରାଯାଇ ଲୁଟେରା  ଙ୍କ ଠାରୁ ଏକ ହିରୋହଣ୍ଡା ( OD 02 CE 1501 )  ମଟର ସାଇକେଲ ଜବତ କରାଯାଇଛି ।
Leave A Reply