Odisha news

ବାଲିପାଟଣାର ବନ୍ୟାଅଂଚଳରେ ରିଲିଫ୍ ବଂଟନ

0

ବାଲିପାଟଣା : ଭାର୍ଗବୀ ନଦୀର ଅଚ୍ୟୁତପୁର କାଜଦେଇ ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ବାଲିପାଟଣା ବ୍ଲକର ୫ ଗ୍ରାମପଚାଂୟତ ବିଶେଷଭାବେ ପ୍ରଭାବିତ ହୋଇଛି । ଏହି ଗ୍ରାମପଚାଂୟତର ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସେଥିପାଇଁ ଆଜି ବିଭିନ୍ନ ଅନୁଷ୍ଠାନ ତରଫରୁ ବନ୍ୟା ଅଚଂଳରେ ରିଲିଫ୍ ପ୍ରଦାନ କରାଯାଇଛି । ଜୟଦେବ ସାମାଜିକ ଅନୁଷ୍ଠାନ ଓ ବାଲିପାଟଣା ପ୍ରେସ୍ ବ୍ଲକର ମିଳିତ ସହଯୋଗରେ ଆଳିଶି ଶାସନ ଗ୍ରାମପଚାଂୟତ ବେଲମରା ଗ୍ରାମରେ ସୁଖିଲା ଖାଦ୍ୟ ଚୁଡା, ଗୁଡ, ବିସ୍କୁଟ୍ ଓ ପାଣି ବୋତଲ ପ୍ରଭୁତି ବଂଟନ କରାଯାଇଛିି ।

ଜୟଦେବ ସାମାଜିକ ଅନୁଷ୍ଠାନର ଆବାହକ ବିନୋଦ କୁମାର ସାହୁ, ବରିଷ୍ଠ ଆଇନଜୀବି ଅଶୋକ କୁମାର ରାଉତରାୟ, ପ୍ରେସ୍ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା, ଉପ-ସଭାପତି ଅଭିମନ୍ୟୁ ନାୟକଙ୍କ ସମେତ ଅନ୍ୟ ସାମ୍ବାଦିକ ଓ ଓକିଲ ବନ୍ଧୁମାନେ ବେଲମରା ଗ୍ରାମରେ ପହଁଚି ୨୧ଟି ପରିବାରର ୮୦ ଜଣ ସଦସ୍ୟଙ୍କୁ ଶୁଖିଲା ଖାଦ୍ୟ ବଂଟ କରିଥିଲେ । ସେହପରି ସାମଜିକ ଅନୁଷ୍ଠାନ ସୋଦୁଅ ସ୍ଥିତ ଦରବାର ସାହିତ୍ୟ ସଂସଦ କୁରୁଞ୍ଜିପୁର ଗ୍ରାମପଚାଂୟର ଦଳକଷଟି, ଘାଶିଅନ୍ଧଟି, ସାନମାଛପୁର, ନିଶ୍ଚିନ୍ତପୁର ହରିଜନ ସାହିରେ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମୀ ରଘୁନାଥ ଭୋଳ ପରି•ଳନା କରିଥିଲେ ।

Leave A Reply