Odisha news

ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ମହାଦୁର୍ନୀତି ଘଟଣା : ତଦନ୍ତ ପରେ ଲାଗୁଛି କବାଟ ଝରକା , ସଂପୃକ୍ତ ଅଧିକାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ?

0

ନୀଳଗିରି : ଘର ଢ଼ିଙ୍କି କୁମ୍ବିର ପରି ଘଟଣାର ଦୁର୍ନୀତିର ପର୍ଦ୍ଦାଫାଶର ଘଟଣା ନୀଳଗିରି ବ୍ଲକର କେ.ସି.ପୁର ପଞ୍ଚାୟତରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କେ.ସି.ପୁର ପଞ୍ଚାୟତରେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୬୦ ଗୋଟି ପ୍ରଧାନମନ୍ତ୍ରୀ ଆବାସ ସଂପୂର୍ଣ୍ଣ ସରକାରୀ ନଥିପତ୍ରରେ ଦର୍ଶାଯାଇଥିବା ବେଳେ ୧୦୦ରୁ ଅଧିକ ଆବାସ ଘର ଅସଂପୂର୍ଣ୍ଣ ଥାଇ ସରକାରଙ୍କ ବୋନସ୍ ଅର୍ଥ ଓ ଏନ୍.ଆର.ଇ.ଜି.ଏସ୍ ଅର୍ଥକୁ ଆତ୍ମସାତ କରିବା ଘଟଣା ଗଣ ମାଧ୍ୟମରେ ପ୍ରକାଶିତ ହେଲା ପରେ ନୀଳଗିରି ବ୍ଲକର ବି.ଡି.ଓ. ଅନୀତା ନାୟକ କର୍ମଚାରୀକୁ ଧରି ତଦନ୍ତ କଲାପରେ ସତ୍ୟ ଘଟଣା ପଦାକୁ ଆସିଥିଲା ।

ଅସଂପୂର୍ଣ୍ଣ ଘରଗୁଡିକ ଖୁବଶିଘ୍ର ସଂପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ନିଦେ୍ର୍ଦଶ ଦେଲାପରେ ଠିକାଦାର ଜଣକ କିଛି ହିତାଧିକାରୀଙ୍କ ଘରେ ଝରକା, କବାଟ ଲଗାଉଥିବାର ଶୁଣିବାକୁ ମିଳିଛି । ପ୍ରକାଶ ଥାଉକି ଉକ୍ତ ପଞ୍ଚାୟତର ଜିଓଟେକ୍ ଧାରୀ ନିଜେ ଠିକାଦାରୀ କରୁଥିବା ବେଳେ ପାଖାପାଖି ୧୦୦ରୁ ଅଧିକ ଅସଂପୂର୍ଣ୍ଣ ଆବାସ ଘରକୁ ସଂପୂର୍ଣ୍ଣ ଦର୍ଶାଇ ସରକାରଙ୍କ ନୀୟମ ଅନୁଯାୟୀ ୪ ମାସରେ ସଂପୂର୍ଣ୍ଣଘର ମାନ ଦର୍ଶାଇ ବୋନସ ୨୦ ହଜାର ଟଙ୍କା ସହ ଏନ୍.ଆର.ଇ.ଜି.ଏସ୍ ଅର୍ଥକୁ ହରିଲୁଟ କରି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରିଚାଲିଥିଲେ ।

ଗ୍ରାଉଣ୍ଡ ଜିରୋରୁ ଗଣମାଧ୍ୟମର ପ୍ରତିନିଧିମାନେ ତଦନ୍ତ କଲାପରେ ସମସ୍ତ ଗୁମର କଥା ପଦାକୁ ଆସିଥିଲା । ବାଡ଼ ଖାଉଛି ଫସଲ ଭଳି ପଞ୍ଚାୟତର ଯିଏ ଜିଅଟେକ୍ ଦାୟିତ୍ୱରେ ଅଛି, ସେହିହିଁ ନିରୀହ ଆଦୀବାସୀ ହରିଜନ ମାନଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଘଟଣାରେ ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଥିଲେ । ପ୍ରକାଶ ଥାଉକି ସଂପୁର୍ଣ୍ଣ ପଞ୍ଚାୟତ ଦାୟିତ୍ୱରେ ଥିବା ପି.ଇ.ଓ. ପ୍ରଧାନମନ୍ତ୍ରୀ ଆବାସ ଘର ନଦେଖି କିପରି ଫାଇନାଲ ବିଲ ମଂଜୁର କରିଦେଲେ? ନା ଜାଣି ଦେଖି ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା କରି ରାଧେ ରାଧେ ତୋର ଅଧାକୁ ମୋର ଅଧା ନୀତୀରେ ବଶିକରଣ ହୋଇଯାଇଥିଲେକି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ରାଜ୍ୟ ସରକାରଙ୍କ ୫ଟି କିଭଳି ଉକ୍ତ କେ.ସି.ପୁର ପଞ୍ଚାୟତ କାମ କରୁଛି , ତାର ନଗ୍ନ ନମୁନା ଉକ୍ତ ଘଟଣାରୁ ବାରି ହେଉଛି । କାଳେ ବି.ଡି.ଓ. ମ୍ୟାଡ଼ାମ ଉକ୍ତ ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ବନ୍ଦ କରିଦେଇଥିବାର ଶୁଣିବାକୁ ମିଳୁଛି । ଉକ୍ତ ଠିକାଦାର ଜଣକ ମଧ୍ୟ ନିଜର କାୟା ବିସ୍ତାର କରି ଉକ୍ତ ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କରୁଥିବା ବେଳେ ସମସ୍ତ ଆବାସ ଘରକୁ ସଂପୂର୍ଣ୍ଣ କଲାପରେ ଅନ୍ୟ ପ୍ରକଳ୍ପର ବିଲ ପୈଠ କରାଯିବ ନାହିଁ ବୋଲି ନିଦେ୍ର୍ଦଶ ଦେଇଥିବାର ଶୁଣିବାକୁ ମିଳିଥିବା ବେଳେ ସଂପୃକ୍ତି ଥିବା ପି.ଇ.ଓ. ଓ ଜି.ଆର.ଏସ୍. ଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ଦେଖିବାକୁ ବାକି ରହିଲା? ବେଆଇନ ଘଟଣାରେ ନୀଳଗିରି ବ୍ଲକ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କ ହାତ ରହିଛି ବୋଲି ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି ।

Nalco
Leave A Reply