Odisha news

ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ : ଏକ ଘଣ୍ଟା ଖଣ୍ଡ ପ୍ରଳୟ

0
ବାଲିପାଟଣା୨୮/୮: ରବିବାରଦିନ ଅପରାହ୍ନ ରେ ଅଠାନ୍ତର ଗ୍ରାମ ପଂଚାୟତର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବାକୁ ଆସିଲାବେଳେ ବିଜେଡି ସମର୍ଥିତ ଆମ ସଂଗଠନର କର୍ମକର୍ତ୍ତା ସରିପୁର ଛକ ଓ ସଭାସ୍ଥଳରେ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଥିଲେ।ଅପରାଜିତା ଗୋବ୍ୟାକ ସ୍ଲୋଗାନ ଦେଇଥିଲେ।ଆମ ସଂଗଠନର କର୍ମକର୍ତ୍ତା ଅଣ୍ଡାମାଡ଼ କରିବାକୁ ପ୍ରସ୍ତୁତ ହେବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।ଗଣ୍ଡଗୋଳର ସୂତ୍ରପାତ ହୋଇ ଦୁଇ ଗୋଷ୍ଠିରୁ ଏକାଧିକ କର୍ମୀ ଆହତ ହୋଇଛନ୍ତି।ଆମ ସଂଗଠନ ପକ୍ଷରୁ ଲକ୍ଷ୍ମୀ ଦେଇ ଓ ବିଜେପି ପକ୍ଷରୁ ବଗୁଲା ଜେନାଙ୍କ ସମେତ ବହୁ ମହିଳା ଓ ଯୁବକ କର୍ମୀ ଆହତ ହୋଇଛନ୍ତି।ଏକଘଣ୍ଟା ଧରି ବନମାଲିପୁର-ଭୁବନେଶ୍ୱର ରାସ୍ତା ଅବରୋଧ ହୋଇ ରହିଥିବାରୁ ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ।ଆୟୋଜିତ କର୍ମୀ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରାୟ ଏକ ଘଣ୍ଟା ପରେ ସଭାସ୍ଥଳରେ ପହଂଚି ତାଙ୍କ ଅଭିଭାଷଣରେ କହିଲେ,ଆମ ସଂଗଠନ କିଏ ମୁଁ ଜାଣିନାହିଁ।ଅଗଣତନ୍ତ୍ରୀକ ପାଠ ଆପଣେଇ ଯେଉଁମାନେ ଗତ ଶୁକ୍ରବାର ମୋର ରାଜସ ପଂଚାୟତରେ ବିରୋଧ କରିଥିଲେ,ସେମାନେ ଆଜି ମଧ୍ୟ ମୋତେ ବିରୋଧ କରିବା ସହିତ ମୋ କର୍ମୀମାନଙ୍କୁ ମାର ପିଟ କରିଛନ୍ତି,ସେମାନଙ୍କୁ ଜନତା ଆଗାମୀ ଦିନରେ କ୍ଷମା ଦେବେନାହିଁ।ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ନାୟକ,ମାଗୁଣି ସେଠି,ତାପସ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ।
Leave A Reply