Odisha news

ବାଲିପାଟଣାରେ ଡେଙ୍ଗୁ କାୟା ବିସ୍ତାର କରୁଛି।

0

ବାଲିପାଟଣା ୨୦/୦୮ :  ବର୍ଷା ପ୍ରକୋପ ବୃଦ୍ଧି ପାଉଥିବାରୁ ଚାରିଆଡେ ପାଣି ଜମି ରହି ଦୃଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ମଶା ବଂଶ ବୃଦ୍ଧି ପାଇବାରୁ  ଡେଙ୍ଗୁ ସଂକ୍ରମଣ  ଦିନକୁ ଦିନ ବୃଦ୍ଧି ପାଉଥିବାର  ଦେଖିବାକୁ ମିଳିଛି । ବିଶେଷକରି ରାଜଧାନୀରେ ଡେଙ୍ଗୁ ଜ୍ଵର ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ସେହିପରି ବାଲିପାଟଣା ବ୍ଲକ୍ର କେତେକ ଅଞ୍ଚଳରେ ଥଣ୍ଡା ଜ୍ଵର ସାଙ୍ଗକୁ ଡେଙ୍ଗୁ ଜ୍ଵର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଲାଣି।ସୂଚନା ଅନୁସାରେ ଏବେ ବର୍ଷାଋତୁ ଚାଲିଥିବା ବେଳେ ଅଧିକାଂଶ ଗ୍ରାମରେ ଥଣ୍ଡା ସାଙ୍ଗକୁ ଜ୍ବର ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ସ୍ଥାନେ ସ୍ଥାନେ ଡେଙ୍ଗୁ ଦ୍ଵାରା ଆକ୍ରାନ୍ତ ଚିହ୍ନଟ ମଧ୍ୟ ହେଉଛନ୍ତି । ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀକାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଲକ୍ଷଣ ଥିବା ପ୍ରାୟ ୬୦୦ ରୋଗୀଙ୍କର ରକ୍ତ ପରୀକ୍ଷା ପରେ ସେଥିମଧ୍ୟରୁ ୧୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସେହି ରୋଗୀମାନଙ୍କୁ ଡାକ୍ତରଖାନା ଅଧୀନରେ ଚିକିତ୍ସା କରାଯାଉଛି । ଏଥିସହିତ ଶ୍ରୀଯୁକ୍ତ ବେହେରା ସମସ୍ତ ଜନସାଧାରଣଙ୍କୁ ନିଜ ନିଜ ଘରର ଚତୁଃପାର୍ଶ୍ଵକୁ ପରିସ୍କାର ରଖିବା ସହିତ ଉଭୟ ଦିନ ଏବଂ ରାତି ସମୟରେ ମଶାରୀ ବ୍ୟବହାର ସହିତ ଅନ୍ୟ ମଶା ନିବାରକ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛନ୍ତି ।

Leave A Reply