Odisha news

ପ୍ରତିବାଦ କରିବା ସହ କଳା ବ୍ୟାଚ୍ ପିନ୍ଧି କାମ କଲେ ପାଞ୍ଚୟତ ନିର୍ବାହୀ ଅଧିକାରୀ।

0
ବାଲିପାଟଣା ୦୯/୦୮ : ରାଜ୍ୟର ପ୍ରତି ପଂଚାୟତରେ ପଞ୍ଚ ଦଫା ଦାବି ନେଇ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ପ୍ରତିବାଦ କରିବା ସହ କଳା ବ୍ୟାଚ ପିନ୍ଧି କାମ କରିଥିଲେ। ପ୍ରକାଶ ଥାଉ କି, ପ୍ରତି ବ୍ଲକ ଅଞ୍ଚଳରେ ପଂଚାୟତ ନିର୍ବାହୀ ଅଧିକାରୀମାନେ ୧୭ ଟି ବିଭାଗର କାର୍ଯ୍ଯ ସୁଚାରୁପେ ନିର୍ବାହ କରୁଥିବା ବେଳେ ସେମାନଙ୍କର ୫ ଦଫା ପୂରଣ ପାଇଁ ବାରମ୍ଵାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଗଷ୍ଟ ମାସ ୦୩ ତାରିଖରେ ସାରା ରାଜ୍ୟରେ ସବୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ। ଯଦି ଦାବି ପୂରଣ ନ କରନ୍ତି, ତେବେ ଓଡ଼ିଶା ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ନିର୍ଦ୍ଧେଶ କ୍ରମେ ଅଗଷ୍ଟ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି କାମ କରିବେ। ତେଣୁ ଆଜି ସକାଳୁ ବାଲିପାଟଣା ବ୍ଲକରେ କାର୍ଯ୍ୟ ରତ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀମାନେ ସେମାନଙ୍କର ପାଞ୍ଚ ଦଫା ଦାବି ଯଥା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନି କରା ନ ଯାଉ।ଓ ଆର ଏସ ପି ନିୟମ ୨୦୧୭ ଅନୁଯାଇ ସେମାନଙ୍କୁ କ୍ୟାଡ଼ର ଭୁକ୍ତ କରିବା। ଅତି କମରେ ୧୦ ବର୍ଷ ଧରି କାର୍ଯ୍ୟ କରୁଥିବା ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି କରିବା। ସମସ୍ତ ଅଧିକାରୀଙ୍କୁ ଜି ପି ଡିଓ ବା ଗ୍ରାମ ପଞ୍ଚାୟତ ଉର୍ଣୟନ୍ ଅଧିକାରୀ ପଦୋନ୍ନତି ନିଯୁକ୍ତି ଦିଆଯାଉ। ଆଦି ଦାବି ନେଇ ସଙ୍ଘର ସଭାପତି ସନ୍ତୋଷ କୁମାର ଦାସ, ସଞ୍ଜୟ କୁମାର ବାରିକ, ଅଭିରାମ ବାରିକ, ଦେବାଶିଷ ଦାଶ, ବ୍ରହ୍ମାନନ୍ଦ ବେହେରା, ତନୁଶ୍ରୀ ଦାସ ଓ ଦିଲ୍ଲୀପ କୁମାର ପ୍ରଧାନ ବ୍ଲକ ସମ୍ମୁଖରେ ପ୍ରତିବାଦ କରିଥିଲେ।
Leave A Reply