ବାଲିପାଟଣା, ୨୭/୦୮: ବାଲିପାଟଣା ବ୍ଲକର ମୋଟ ୧୭ ଟି ଗ୍ରାମପଚାଂୟତ ରୁ ଆଜି ସୁଦ୍ଧା ମୋଟ ୨୨୫ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧୫ ଜଣ କରୋନା ସୁସ୍ଥହୋଇ ଘରକୁ ଫେରିଛନ୍ତି । ଗତ ଦୁଇଦିନ ମଧ୍ୟରେ ଦୁଇଜଣ କରୋନା ରୋଗରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ଆଜୁ ସୁଦ୍ଧା ୧୦୮ ଜଣ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିସôା ହେଉଛନ୍ତି ଓ ଅନ୍ୟ କେତେଜଣ ଘରେ କ୍ୱାରେଟାଂଇନରେ ରହିଛନ୍ତି ।
ଏହି ବ୍ଲକ ଅନ୍ତର୍ଗତ ଭାକରସାହୀ ଗ୍ରାମପଚାଂୟତ ଅନ୍ତର୍ଗତ ଜଣେ ୭୮ ବର୍ଷ ବୟସର ବୃଦ୍ଧ କରୋନା ରୋଗରେ ମୃତ୍ୟୁ ବରଣ କରିଛନ୍ତି । ସେ ମଧୁମେହ ଓ ଉଚ୍ଚ ରକ୍ତ•ପ ରୋଗରେ ପଡିତ ରହି କଟକ ବଡ ମେଡିକାଲରେ ଚିକିସôିତ ହେଉଥିଲେ । ସେହି ପରି ଆଜି ତୁରିନ୍ତିରା ଗ୍ରାମପଚାଂୟତର ୫୮ ବର୍ଷର ବ୍ୟକ୍ତି କରୋନା ଗୋଗରେ ପ୍ରାଣ ହରାଇଥିବା ଜଣା ପଡିଛି । ସେ କରୋନା ରୋଗରେ ପିଡିତ ହୋଇ ଚିକିସ୍ôିତ ହୋଇ ଘରକୁ ଫେରିଥିଲେ । ଏହାପରେ ଗତ ବୁଧବାର ରାତିରେ ଅସୁସ୍ଥ ହୋଇ ପଡିବାରୁ ପ୍ରଥମେ ଅଠାନ୍ତର ମେଡିକାଲ ଓ ପରେ କ୍ୟାଡିଟାଲ ହସପିଟାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କର ଶବକୁ ସତ୍ୟନଗର ମଶାଣିରେ ଦାହ କରାଯାଇଥିଲା ।