କୋଣାର୍କ(ସବ୍ୟୁ) : ରାମଚଣ୍ଡୀ ଥାନା ଅନ୍ତର୍ଗତ ବରପଦା ଗ୍ରାମର ଜଣେ ମଇଁଷି ଜଗୁଆଳି ବୃଦ୍ଧା ନଦୀ ପାର ବେଳେ ପ୍ରଖର ନଦୀର ସ୍ରୋତରେ ଭାସିଯାଇ ନିଖୋଜ ଥିବା ଅନୁମାନ କରାଯାଉଛି।
ଖବର ନେବାରୁ ଜଣାପଡେ ବରପଦା ଗ୍ରାମର ସାଧୁଚରଣ ବେହେରା(୭୦)ପ୍ରତିଦିନପରି ଗୁରୁବାର ଦିନ ନିଜ ମଇଁଷି ଗୋଠ କୁ ନେଇ କୁଶଭଦ୍ରା ନଦୀପଠାକୁ ଚରାଇବାକୁ ଯାଇଥିଲେ ,ଏବଂ ସମସ୍ତ ମଇଁଷି ନଦୀର ପାଣିରେ ବୁଡି ଆରପାରିକୁ ଯାଇଥିଲେ ବୃଦ୍ଧା ଜଣକ ମଧ୍ୟ ଏକ ମଇଁଷି ର ଲାଞ୍ଜ ଧରି ନଦୀ ପାର ହେଉଥିବାବେଳେ ନଦୀର ସ୍ରୋତ ପ୍ରଖର ଥିବାରୁ ସେ ପାଣିର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ।
ଖବର ପାଇ ଚମ୍ପାହାର ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥ ତାଙ୍କର ଟିମ ସହ ସେଠାରେ ପହଁଛି ଏଇଆର ବୋଟ ରେ ଯାଇ ନଦୀରେ ଖୋଜିଥିଲେ ବି ଖବର ଲେଖାହେବା ବେଳକୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃଦ୍ଧାଙ୍କର କୌଣସି ପତ୍ତାମିଳିନଥିବା ଅଗ୍ନି ଶମ ଅଧିକାରୀ ଶ୍ରୀରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସମ୍ଭବ ପ୍ରଖର ସ୍ରୋତରେ ବୃଦ୍ଧା ଜଣଙ୍କ ଭାସି ଯାଇଥିବା ଅନୁମାନ କରାଯାଉଛି।
