Odisha news

ବ୍ଲକ ସ୍ତରୀୟ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ : ଯୁବକମାନଙ୍କ ହାତରେ ରହିଛି ଦେଶ ଗଠନର ଚାବିକାଠି

ବାଲିକୁଦା : ଯୁବକମାନଙ୍କର ଦେଶ ଭାରତ । ଏହି ବିଶାଳ ଯୁବଶକ୍ତି ହିଁ ଦେଶର ସମ୍ପଦ । ତେଣୁ ଯୁବକମାନଙ୍କ ହାତରେ ଦେଶ ଗଠନର ଚାବିକାଠି ରହିଛି ବୋଲି ଆଜି ବ୍ଲକ ସ୍ତରୀୟ ପଡୋଶୀ ଯୁବସଂସଦ କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚକମାନେ ଏହି ମତ ପୋଷଣ କରିଛନ୍ତି । ଜଗତସିଂହପୁର ନେହେରୁ ଯୁବ କେନ୍ଦ୍ର ଓ ଲାୟନ୍ସ୍ ଯୁବସଂଘ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର (ନାଳୋ)ଠାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜିଲ୍ଲା ସଂଯୋଜକ ନିଖିଲ୍ କୋକୁଲ୍ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଯୁବ ସ୍ୱେଚ୍ଛାସେବୀମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଜିଲ୍ଲା ସହ-ସଂଯୋଜକ ପବିତ୍ରମୋହନ ସୁବୁଦ୍ଧି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ପରିବେଶବିତ୍ ଉକôଳ ରଞ୍ଜନ ମହାନ୍ତି ପରିବେଶ ଓ ବିଶ୍ୱ ତାପାୟନ ଉପରେ ବକ୍ତବ୍ୟ ରଖିଥିଲା ବେଳେ ସମାଜସେବୀ ସୁରେନ୍ଦ୍ର କୁମାର ମହାନ୍ତି ଯୁବ ନେତୃତ୍ୱ ଓ ସଶକ୍ତିକରଣ ସମ୍ପର୍କରେ ମତାମତ ଦେଇଥିଲେ । ଯୁବ ସମାଜସେବୀ ଅକ୍ଷୟ କୁମାର ମହାନ୍ତି ସାମ୍ପ୍ରତିକ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେହିପରି ସ୍ତମ୍ଭକାର ତଥା ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଭାରତର ମୁକ୍ତି ସଂଗ୍ରାମକୁ ଜଗତସିଂହପୁର ଚୈାଧୁରୀ ପରିବାରର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଆଜିର ଯୁବ ସମାଜ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଯୁବ ସ୍ୱେଚ୍ଛାସେବୀ ବିଶ୍ୱଜିତ୍ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦୁଇ ସଂଗଠନର ସ୍ୱେଚ୍ଛାସେବୀମାନେ ସହାୟତା କରିଥିଲେ ।

Comments are closed.