Odisha news

ଡ୍ରାଇଭର ମାନଙ୍କୁ ନେଇ ପୋଲିସ ଦ୍ୱାରା ଥାନାରେ ସଚେତନତା ବୈଠକ

0

ବାଲିଗୁଡା: ଦିଗପହଣ୍ଡିରେ ଅଟୋରୁ ପଡି ଶିଶୁ ମୃତୁ୍ୟ ଘଟଣାକୁ ନେଇ ବାଲିଗୁଡା ଥାନା ପରିସରରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଅଟୋ ସଂଘ ଓ ଡ୍ରାଇଭର ମାନଙ୍କୁ ନେଇ ଏକ ରୋଡ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଟୋ ଓ ବସ ଗୁଡାକରେ ଆବଷ୍ୟକ ଠାରୁ ଧକ ଯାତ୍ରୀ ବସ କିମ୍ବା ଅଟୋରେ ବସାନ୍ତୁ ନାହିଁ ,ଟ୍ରାଫିକ ଓ ଏମଭି ନିୟମକୁ ମାନି ଗାଟି ଚଳାନ୍ତୁ ଓ ମିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ଆଲୋଚନା ହୋଇଛି । ଉକ୍ତ ବୈଠକରେ ୭୦ ଜଣରୁ ଅଧିକ ଅଟୋ ସଂଘର ସଦସ୍ୟ ଓ ଡ୍ରାଇଭର ମାନେ ଉପସ୍ଥିତ ଥିଲେ ।

Leave A Reply