Odisha news

ଅସ୍ତରଙ୍ଗ ପଂଚାୟତ ସମିତିର ସ୍ୱଚ୍ଛ ଭାରତ ଅଭିଯାନ

0

ଅସ୍ତରଙ୍ଗ : ଅସ୍ତରଙ୍ଗ ପଂଚାୟତ ସମିତି ତରଫରୁ ଗୁରୁବାର ଦିନ ସ୍ୱଚ୍ଛ ଅଭିଯାନ ଫଳ ସ୍ୱରୂପ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମଟି ସକାଳ ୯ ଘଟିକା ଠାରୁ ଆରମ୍ଭ ହୋଇ ୧୨ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ଓ ଅସ୍ତରଙ୍ଗ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେବିତା ମଞ୍ଜରି ନାୟକଙ୍କ ନେତୃତରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ବ୍ଲକର ମହିଳା ଶିଶୁ ବିକାଶ ବିଭାଗ ଶିକ୍ଷା ବିଭାଗଙ୍କ ସମେତ ଅସ୍ତରଙ୍ଗ ବ୍ଲକର ୧୫ ଗୋଟି ପଂଚାୟତର ସମସ୍ତ ସମିତି ସଭ୍ୟ, ସଭ୍ୟା ଓ ସରପଂଚ ସଫେଇ ଅଭିଯାନରେ ଭାଗ ନେଇଥିଲେ । ବ୍ଲକ ପରିଷରରେ ଥିବା ଅଳିଆ ଆବର୍ଜନା ସମେତ ଆଖ ପାଖ ଅଂଚଳର ସମସ୍ତ ବର୍ଯ୍ୟବସ୍ତୁ ଉଠାଇ ବିଭିନ୍ନ ଯାନରେ ପଠାଯାଇ କମ୍ପୋଷ୍ଠ ଖତ ଉଦେଶ୍ୟରେ ଅନତ୍ର ସ୍ଥାନାନ୍ତରିତ କରାଯାଇଥିଲା । ସଫେଇ ଶେଷରେ ଏକ ଆଲୋଚନା ଚକ୍ର ସମସ୍ତ କର୍ମଚାରୀ ଓ ଲୋକ ପ୍ରତିନିଧି ମାନଙ୍କୁ ନେଇ ବ୍ଲକ ସଭାଗୃହରେ ସ୍ୱଚ୍ଛ ଭାରତ ଅଭିଯାନ ସମ୍ଭଦ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ଏବଂ ବିଡିଓ ବେବିତା ମଞ୍ଜରୀ ନାୟକ ଉପସ୍ଥିତ ରହି ସ୍ୱଚ୍ଛତା ଅଭିଯାନର ମୂଳ ଲକ୍ଷ୍ୟ ଓ ଆର୍ଦଶ ଉପରେ ଆଲୋକପାତ କରିଥିବା ବେଳେ ଆଗାମୀ ଦିନରେ ଅସ୍ତରଙ୍ଗ ଅଂଚଳରେ ପ୍ଲାଷ୍ଟିକ ମୁକ୍ତ ଓ ବାହ୍ୟ ମଳତ୍ୟାଗ, ଅଳିଆ ଆବର୍ଜନା ଯେପରି ଠିକ୍ ଯାଗାରେ ରହି ତାହାର ସଦୁପଯୋଗ କରାଯାଇପରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅସ୍ତରଙ୍ଗ ସମିତି ସଭ୍ୟ ଦିବାକର ଛାଟୋଇ, ଆଳସାହି ସରପଂଚ ଅଧିକାରୀ ବେହେରା, ପାଟଳଦା ସରପଂଚ ପ୍ରଫୁଲ୍ଲ ବେହେରା, ଆଳଙ୍ଗପୁର ସରପଂଚ ଭୀମସେନ ସ୍ୱାଇଁ, ମାଣ୍ଡିକି ସରପଂଚ ଲକ୍ଷ୍ମୀଧର ଜେନା, ନଇଗୁୃଆଁ ସରପଂଚ ମାନଓ କୁମାର ସାହୁ, ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଅଜୟ କୁମାର ନାୟକ, ଜେଇ ଭାଗ୍ୟଧର ଧଳ ପ୍ରମୁଖ ସାମିଲ ଥିଲେ ।

Leave A Reply