Odisha news

ଜାଗର ଯାତ୍ରା :ରାତି ୩ଟାରେ ଉଠିବ ମହାଦୀପ ଗୁରୁବାର ରାତି୨ଟାରୁ ସର୍ବସାଧାରଣ ଦର୍ଶନ

0

ପୁରୀ:ଆସନ୍ତା ୨୧ତାରିଖ ଦିନ ଅନୁଷ୍ଠିତ ହେବ ଶ୍ରୀକ୍ଷେତ୍ରର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପ୍ରସିଦ୍ଧ ଜାଗରଯାତ୍ରା । ଜାଗର ଯାତ୍ରା ପାଇଁ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁଯାୟୀ ୨୦ତାରିଖ ରାତି ୧୨ଟା ୩୦ରେ ମନ୍ଦିରର ଦ୍ୱାର ଫିଟି ବିଭିନ୍ନ ନୀତି ସମ୍ପନ୍ନ ହେବ ଓ ରାତି ୨ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ୨୧ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଅନ୍ୟାନ୍ୟ ପାରମ୍ପରିକ ନୀତି ସମ୍ପନ୍ନ ହୋଇ ରାତି ୩ଟାରେ ଉଠିବ ମହାଦୀପ । ଚଳିତବର୍ଷ ପଙ୍କୋଦ୍ଧାର ଏକାଦଶୀ ପାଇଁ ୨ହଜାର ଓ ଜାଗରଯାତ୍ରା ପାଇଁ ୪ହଜାର ଦର୍ଶନ ଟିକେଟ କରାଯିବ । ପ୍ରତ୍ୟେକ ଟିକେଟ୍ର ମୂଲ୍ୟ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଟିକେଟଧାରୀ ଓ ଅନ୍ୟାନ୍ୟ ଦର୍ଶନାର୍ଥୀମାନେ ଯେପରି ସୁବିଧାରେ ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ସେ ସମ୍ପର୍କରେ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।

Leave A Reply