Odisha news

ପୋଲିସ ପାଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ

0
ବାଲିଗୁଡା, ତା, ୧୪/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ କେଳାପଡା ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟିକୁ ତନଖିବା ସମୟରେ ଡ଼ିକି ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ l ସ୍କୁଟି ଓ ଗଞ୍ଜେଇ ସହ ଦୁଇ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ପୋଲିସ ପକ୍ଷରୁ ଜଣାପଡିଛି। ସ୍କୁଟି ନଂ. ଓଡି- ୩୪-ସି – ୬୭୯୦ ସହ ଗଞ୍ଜେଇ ଚାଲାଣ କାରୀ ରାକେଶ ନାୟକ ଓ ନିର୍ମଳ କର୍ମୀ ଙ୍କୁ ପୋଲିସ ଗିରଫ କରି କେଶ ନଂ. ୧୭/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି ।
Leave A Reply