Odisha news

ଉପମୁଖ୍ୟମନ୍ତ୍ରୀଙ୍କ ଟିକାବାଲି ଓ ଚକାପାଦ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ 

0
ବାଲିଗୁଡା, ତା, ୧୦/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କନ୍ଧମାଳ ଜିଲ୍ଲା ଗସ୍ତ କରିବା ଅବସରରେ ଟିକାବାଲିର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଅଞ୍ଚଳର ମଙ୍ଗଳ କାମନା କରିବା ସହ ସାଧାରଣ ଶ୍ରଦ୍ଧାଳୁଙ୍କ ଗହଣରେ ବସି ମନ୍ଦିରର ଅନ୍ନପ୍ରସାଦ ସେବନ କରିଥିଲେ। ମନ୍ଦିର ପରିସରରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ମନ୍ଦିରର ସୁନ୍ଦରୀକରଣ ଓ ଉନ୍ନତିକରଣ ପାଇଁ ମନ୍ଦିର କମିଟି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ଟିକାବାଲି ଅଞ୍ଚଳର ମୁଖ୍ୟ ସମସ୍ୟା ପାଲଟିଥିବା କଳିଙ୍ଗା ଘାଟିର ବାଇପାସ୍ ରାସ୍ତା ନିର୍ମାଣ ଏବଂ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ସେ ସମସ୍ତ ଆବେଦନକୁ ସହୃଦୟତାର ସହ ଗ୍ରହଣ କରିବା ସହିତ ଏହି ଦିଗରେ ତୁରନ୍ତ ସରକାରୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହି ଗସ୍ତ ସମୟରେ ତାଙ୍କ ସହ ଫୁଲବାଣୀ ବିଧାୟକ ଉମାଚରଣ ମଳିକ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି, ଘୁ.ଉଦୟଗିରି ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଏବଂ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ଶ୍ରୀ ରାମବିଶି ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଶାସନିକ ସ୍ତରରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଡିଏମ, ଏସଡିପିଓ ଏବଂ ଟିକାବାଲି ଓ ଘୁ.ଉଦୟଗିରିର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଟିକାବାଲିରେ କାର୍ଯ୍ୟକ୍ରମ ସାରି ଉପମୁଖ୍ୟମନ୍ତ୍ରୀ ଚକାପାଦ ସ୍ଥିତ ପ୍ରସିଦ୍ଧ ବିରୁପାକ୍ଷ ମନ୍ଦିର ଦର୍ଶନ ପାଇଁ ଯାତ୍ରା କରିଥିଲେ ଏବଂ ସେଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ l
Leave A Reply