Odisha news

ଖଟିଆରେ ବୁହାହେଲେ ଗର୍ଭବତୀ: ପ୍ରସବ ଯନ୍ତ୍ରଣା ସହି ନ ପାରି ପ୍ରାଣ ହରାଇଲେ 

0
ବାଲିଗୁଡା  : କନ୍ଧମାଳ ଜିଲା  ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟରରୁ ଅଧିକ ରାସ୍ତା ଖଟିଆରେ ବୁହା ହୋଇଛି। ମହିଳା ଜଣକ ପ୍ରସବ ବେଦନା ସହ୍ୟ କରି ନ ପାରି ଶେଷରେ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଯେ, କୋଟଗଡ ବ୍ଲକର ଗୁଗୁରମାହା ପଞ୍ଚାୟତର ମାଉଗୁଡ଼ା ଗ୍ରାମର ମେଚୁ ସୁକାମାଝିଙ୍କ ଗର୍ଭବତୀ ସ୍ତ୍ରୀ ସୁମନ୍ତି ସୁକାମାଝି (୩୧)ଙ୍କ ରବିବାର ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ଖଟିଆରେ ୫ କିଲୋମିଟର ରାସ୍ତା ମାଝିଗୁଡ଼ା ଆଣିବା ପରେ ଜୁଡ଼ାବଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରଯାଉଥିବା ସମୟରେ ମହିଳା ଜଣକ ପ୍ରସବ ବେଦନା ସହ୍ୟ ନ କରିପାରି ଶେଷରେ ତୁମୁଡିବନ୍ଧ ନିକଟରେ ଆମ୍ବୁଲାନ୍ସରେ ହିଁ  ଜୀବନ ହାରିଥିଲେ। ଏ ନେଇ  କୋଟଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି। ମୃତଦେହ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Ad2
Leave A Reply