Odisha news

ରମାବିଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଚନ୍ଦନପୁର ଇଲେଭେନ ଚାମ୍ପିଅନ

0
ନିରାକାରପୁର,୧୮/୨ :  ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ସ୍ପୋର୍ଟ୍ସ ଆସୋସିଏସନ୍ (ବିଏନସିଟି), ରମାବିଲି ଆନୁକୂଲ୍ୟ ରେ  ଦଶହରା ଖେଳ ପଡିଆ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆୟୋଜିତ ହୋଇଯାଇଛି ।ଏହି ମ୍ୟାଚ ରେ ୟଙ୍ଗ ଷ୍ଟାର ଦଲକ ଓ ଚନ୍ଦନପୁର ଇଲେଭେନ ଚନ୍ଦନ ପୁର ମଧ୍ୟ ରେ ଖେଳା ଯାଇଥିଲା।ଏହି ମ୍ୟାଚ ରେ ଟଚ ଜିତି ଚନ୍ଦନପୁର ପ୍ରଥମେ ବ୍ୟାଟିଂ କରି ନିଧlରିତ ୧୫ ଓଭର ରେ ୬ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରିଥିଲା। ୧୧୦ ରନ ର ପିଛାକରି ଦଲକ ସମସ୍ତ ଉଈକେଟ ହରାଇ ୯୪ ରନ କରିପାରିଥିଲା। ଏହି ମ୍ୟାଚ ରେ ଚନ୍ଦନପୁର ର ପଛୀମା କୁମାର ମ୍ୟାନ ଅଫ ଦି ସିରିଜ୍ ଓ ଚନ୍ଦନ ମ୍ୟାନ ଅଫ ଦି ମ୍ୟାଚ ବେବେଚିତ ହୋଇଥିଲେ।ଏହି ଫାଇନାଲ ମ୍ୟାଚ ରେ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟ ରେ ରବି ଜେନା, ଭବାନୀ ଶଙ୍କର ବରିଷଲ, ଶ୍ରୀନିବାସ ସାମନ୍ତରାୟ, ଶ୍ରୀକାନ୍ତ ସହୂ ପ୍ରମୁଖ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ନିରଞ୍ଜନ ସୁନ୍ଦରାୟ ଓ ପ୍ରଭାତ ମଙ୍ଗରାଜ ମ୍ୟାଚ ପରିଚଲାନା କରିଥିଲେ।ବନମାଳୀ ସୁନ୍ଦରାୟ, ଦିବାକର ବେହେରା, ଦିବ୍ୟାଲୋଚନ ହରିଚନ୍ଦନ, ବିନେଶ ସୁନ୍ଦରାୟ, ବାଦଲ, ବଣ୍ଟି, ଗୁଡ଼ୁ ସୁନ୍ଦରାୟ, ଲିଟୁ ସାମନ୍ତରାୟ, ସୋମନାଥ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ନାରାୟଣ ସୁନ୍ଦରାୟ, ସୋମନାଥ ସାମନ୍ତରାୟ, ଗେଟା ବେହେରା, ପ୍ରମୁଖ ସହଯୋଗ କରି ଥିଲେ।
IEC 2 years
Leave A Reply