Odisha news

ଓଶ୍ୱା ସଙ୍ଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

0

ବାଲିଆପାଳ : କରୋନା ସମୟରେ ଦୁଃଖରେ ଦିନ କାଟୁଥିବା ବାଲିଆପାଳ ବ୍ଲକର ଅସହାୟ , ଗରିବ, ଦିବ୍ୟାଙ୍ଗ ଲୋକଙ୍କ ମୁହଁରେ ହସ ଫୁଟାଇଛି ସ୍ୱେଚ୍ଛାସେବୀ ସଙ୍ଗଠନ ଓଶ୍ୱା  । ବିଗତ ଏକ ମାସ ଧରି ଭୁବନେଶ୍ୱରର ଏହି ସ୍ୱେଚ୍ଛାସେବୀ ସଙ୍ଗଠନ  ବିଭିନ୍ନ ପଞ୍ଚାୟତର ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଆସୁଅଛି  । ଆଜି ବିଷ୍ଣ୍ନୁପୁର ପଂଚାୟତର ନୟାବାଲି, ରସଲପୁର ଓ ବିଷ୍ଣୁପୁର ଗ୍ରାମର ୩୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି  ।

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାଲିଆପାଳ ବିଡିଓ ଛବିରାଣୀ ସାହୁ, ସମ୍ମାନିତ ଅତିଥି ଭାବେ ତହସିଲଦାର ଦୀପକ କୁମାର ଦାସ, ପୂର୍ବତନ ସରପଂଚ ମହେଶ୍ୱର ଜେନା ଯୋଗ ଦେଇଥିବା ବେଳେ ଓଶ୍ୱାର ନିଦେ୍ର୍ଦଶକ ଦିଲ୍ଲୀପ କୁମାର ପଟ୍ଟନାୟକ, ନିହାର ଘଡାଇ, ବିଷ୍ନୁପୁର ସମିତି ସଦସ୍ୟାଙ୍କ ପ୍ରତିନିଧି ମନ୍ମଥ ଖିଲାର, ପୂର୍ବତନ ସରପଂଚ ଗୁଣାକର ସାହୁ, ବାଲିଆପାଳ ବ୍ଲକ ଓଶ୍ୱାର ସଭାପତି ସୁବଳ କୁମାର ଦାସ, ମହେନ୍ଦ୍ର ପ୍ରତାପ ଦାସ, ସମାଜସେବୀ ମଧୂ ଦଳେଇ, ନୀଳକଣ୍ଠ ଜେନା, ମହିଳା ସମାଜସେବୀ ସଂନ୍ଧ୍ୟାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ  । ବିଡିଓ ଛବିରାଣୀ ସାହୁ ଓ ତହସିଲଦାସର ଦୀପକ କୁମାର ଦାସ ଖାଦ୍ୟ ପ୍ୟାକେଟ ବଣ୍ଟନର ଶୁଭାରମ୍ଭ କରିଥିଲେ  । ଓଶ୍ୱା ପକ୍ଷରୁ ବଂଟନ ହେଉଥିବା ଗୋଟିଏ ଗୋଟିଏ ପ୍ୟାକେଟର ମୂଲ୍ୟ ୧୫୦୦ ଟଙ୍କା ରହିଥିବା ବେଳେ ସେଥିରେ ଚାଉଳ, ଡାଲି, ତେଲ, ଲୁଣ, ବିସ୍କୁଟ ପ୍ରଭୃତି ଅନେକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ରହିଥିବା ଜଣାଯାଇଛି  । ଆଗାମୀ ଦିନରେ ସଂସ୍ଥା ପକ୍ଷରୁ ଅନ୍ୟ ପଂଚାୟତ ମାନଙ୍କରେ ମଧ୍ୟ ଏହି ଭଳି ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯିବ ବୋଲି ସଂସ୍ଥା ନିଦେ୍ର୍ଦଶକ ଶ୍ରୀ ପଟ୍ଟନାୟକ କହିଛନ୍ତି

Nalco
Leave A Reply