Odisha news

୩୦୦ ବର୍ଷର ବଟବୃକ୍ଷକୁ କାଟିଦେଲେ ଦୁର୍ବୃତ୍ତ : ଗ୍ରାମବାସୀ କ୍ଷୁବ୍ଧ

0

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜ ଗ୍ରାମର ରାଜୀବଗାନ୍ଧୀ ସେବାକେନ୍ଦ୍ର ନିକଟରେ ଏକ ୩୦୦ ବର୍ଷର ପୁରୁଣା ବଟ ବୃକ୍ଷକୁ ଦୁବୃର୍ତ୍ତମାନେ କାଟିଦେଇଥିବା ଜଣାଯାଇଛି । ଏହି ବଟବୃକ୍ଷ ଛାଇରେ ଶହ ଶହ ବାଟୋଇ ଖରାବର୍ଷାରେ ଆଶ୍ରୟ ନେଉଥିବା ବେଳେ ଗାଁର ବହୁ ଉସôବ, ପୂଜା ଓ ମେଳା ଇତ୍ୟାଦି ହୋଇଥାଏ । ଗତ ଶନିବାର ଓ ରବିବାର ସଟ୍ଡାଉନ୍ ଥିବା ସତ୍ତ୍ୱେ ଏହି ପୁରୁଣା ଗଛକୁ ମେସିନ୍ ସାହାର୍ଯ୍ୟରେ କଟାଯାଇ ତାର ପ୍ରମାଣ ନ ରଖିବା ଲାଗି ମୂଳକୁ ଉପାଡି ଦେଇଥିଲେ । ଏହି ଗଛ ମୂଳରେ ଆଧ୍ୟାତ୍ମିକ ଶକ୍ତି ଥିବାର ବହୁ ପୁରୁଣା କାଳରୁ ଏକ ବିଶ୍ୱାସ ରହିଥିଲା । କାର୍ତ୍ତିକ ମାସରେ ଗ୍ରାମର ସମସ୍ତ ସ୍ତ୍ରୀଲୋକମାନେ ଏହି ବଟବୃକ୍ଷମୂଳରେ ଜଳାଭିଷେକ କରିବା ସହିତ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି ।

ହେଲେ ଦୃର୍ବୁତ୍ତମାନେ ଏହାକୁ କାଟିଦେବା ଫଳରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚାପା ଉତ୍ତେଜନା ଦେଖାଦେଇଛିା ପ୍ରକାଶଯୋଗ୍ୟ ଗାଁର ଜନୈକ ବ୍ୟକ୍ତି ଏହି ଘଟଣାରେ ସଂପୃକ୍ତ ଥିବାରୁ ଗଛକଟାହେବା ଦିନ ସେ ହଠାତ୍ ସଂଜ୍ଞାହୀନ ହୋଇଥିବା ବେଳେ ତହିଁ ପରଦିନ କଟକରେ ମୃତ୍ୟ ଘଟିଥିବା ନେଇ ବହୁକଥା ଶୁଣିବାକୁ ମିଳୁଛି । ଏ ସଂପର୍କରେ ଜଳେଶ୍ୱର ରେଞ୍ଜର ସରୋଜ କୁମାର ମହାନ୍ତିଙ୍କୁ ପଚାରିବାରୁ ଏପରି ଏକ ଅଭିଯୋଗ ଆସିଥିବାରୁ ଏହି କାଠ ପରିବହନ ବେଳେ ଜଂଗଲ ବିଭାଗ ସିଜ୍ କରିବାକୁ ପ୍ରସ୍ତୁତ ହୋଇ ରହିଛି । ଘଟଣା ସଂପର୍କରେ ଆର୍ଆଇ ଅଂଜନା ଟୁଡୁଙ୍କୁ ପଚାରିବାରୁ ଗଛ କଟାଘଟଣାକୁ ସ୍ୱୀକାର କରି ତାଙ୍କ ଠାରୁ କୌଣସି ଅନୁମତି ନେଇ ନ ଥିବାରୁ ସେ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ଏସଂପର୍କରେ ପଚାରିବାରୁ ସେ ଗଛ କାଟିବାକୁ ଅନୁମତି ଦେଇ ନାହାନ୍ତି କିମ୍ବା ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି କହିଥିଲେ । ତେଣୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମର ନାରାୟଣ ପ୍ରସାଦ ଜେନା, ଚିନ୍ମୟ ଚନ୍ଦ, ମୁକୁନ୍ଦ ରଂଜନ ଜେନା, ଜଗବାନ ଜେନା, କେଶବ ଦତ୍ତ ପ୍ରମୁଖ ଦାବି କରିଛନ୍ତି ।

Leave A Reply