ବାଲିଆପାଳ : ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗି ସିଂଲା ଥାନା କଷାଫଳ ଗ୍ରାମର ଜନୈକା ମହିଳା ଘରଛାଡି ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ କଷାଫଳ ଗ୍ରାମର ବରେନ୍ଦ୍ର ବେହେରାଙ୍କ ପତ୍ନୀ କମଳିନୀ ବେହେରା ଦୁଇ ଦିନ ତଳେ ଘରୁ କୁଆଡେ ଚାଲିଯାଇଛନ୍ତି ।
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ଲାଗି ପତ୍ନୀ କମଳିନୀ ଘରୁ ଚାଲିଯାଇଥିବା ପରିବାର ସଦସ୍ୟ ମାନେ କହିଛନ୍ତି । କମଳିନୀଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ ଝିଅ ବିବାହିତା ।
ପରିବାର ସଦସ୍ୟମାନେ ତାଙ୍କ ଝିଅ ଏବଂ ଅନ୍ୟ ସମ୍ପର୍କୀୟମାନଙ୍କ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁ ନଥିବା କହିଛନ୍ତି । କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଇଲେ ମୋବାଇଲ ନଂ – ୭୩୮୧୫୮୦୫୪୪ ରେ ଯୋଗାଯୋଗ କରିବାକୁ କମଳିନୀଙ୍କ ସ୍ୱାମୀ ଓ ଭାଇ ନିବେଦନ କରିଛନ୍ତି ।
