ବାଲେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତୁ୍ୟକୁ ନେଇ ଗୋଟିଏ ପରେ ଗୋଟିଏ ଖିଅ ବାହାରିବାରେ ଲାଗିଛି । ବୁଧବାର ଦିନ ବିସ୍ମିତ ଦାସ ଏହି ଘଟଣା ପଛରେ ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଜଣେ ଯୁବତୀଙ୍କ ହାତ ଥିବା କହିଥିଲେ । ଏହାପରେ ଆଜି କ୍ୟାମେରା ସାମ୍ନାକୁ ଆସିଛନ୍ତି ସେହି ଯୁବତୀ । ତେବେ ଯୁବତୀଙ୍କ କହିବା ଅନୁଯାୟୀ ତାଙ୍କର ଆଦିତ୍ୟଙ୍କ ସହ ଫେସ୍ବୁକ୍ ଜରିଆରେ ଯୋଗାଯୋଗ ହୋଇଥିଲା । ସେ ଭୂବନେଶ୍ୱରରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ଗଲେ ଆଦିତ୍ୟଙ୍କ ସହ ସାକ୍ଷାତ ହୋଇଥାଏ ବୋଲି କହିଛନ୍ତି ।

ତେବେ ଆଦିତ୍ୟ ଦାଶ ବିବାହ କରିବା ପର ଠାରୁ ତାଙ୍କ ଦୁହିଁଙ୍କ ମଧ୍ୟରେ କୌଣସି ଯୋଗାଯୋଗ ନଥିଲା ବୋଲି ଯୁବତୀ ଜଣକ ଗଣ ମାଧ୍ୟମକୁ ସୂଚନା ଦେବା ସହ ବିସ୍ମିତ ତାଙ୍କ ଉପରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବିସ୍ମିତ ତାଙ୍କୁ ସାଇକେ ଯୁବତୀ କହିଥିବାରୁ ଏଥିଲାଗି ସେ ଆଇନ୍ର ସହାୟତା ନେବା ସହ ଚରିତ୍ର ସଂହାର ପାଇଁ ପୋଲିସରେ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଆଦିତ୍ୟଙ୍କ ମୃତୁ୍ୟ ଘଟଣା ନେଇ ଚାଲିଥିବା ତଦନ୍ତରେ ଆବଶ୍ୟକ ହେଲେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିବା ସହ ଆଦିତ୍ୟଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here