ବାଲେଶ୍ୱର : ବାଲେଶ୍ୱର ଟ୍ରାଫିକ୍ ପୋଲିସ ପକ୍ଷରୁ ପୋଲିସ ଲାଇନ୍ ଛକ, ଫକୀରମୋହନ ଗୋଲେଇ, ଆଇ.ଟି.ଆଇ ଛକ ଆଦି ଅଞ୍ଚଳ ଉପରେ କୋଭିଡ଼ ନିୟମ ଉଲଙ୍ଘନ କରି ଗାଡ଼ି ଚଳାଉଥିବା କେତେକ ଗାଡ଼ି ଚାଳକଙ୍କୁ ଧରାଯାଇ ସେମାନଙ୍କ ନିକଟରୁ ଜରିମାନା ବାବଦରେ ୩୦ହଜାର ଟଙ୍କା ଆଦାୟ କରାଯିବା ସହ ୩ଟି ବାଇକ୍ ଜବଦ କରାଯାଇଛି । ଘଟଣାରୁ ପ୍ରକାଶ ଆଜି ଶନିବାର ଓ ଆସନ୍ତାକାଲି ରବିବାର ସମଗ୍ର ଜିଲ୍ଲା ସଟ୍ଡାଉନ୍ ରହିଥିବା ବେଳେ କେତେକ ବ୍ୟକ୍ତି ବିନା କାରଣରେ ବାଇକ୍ ଧରି ଏଣେତେଣେ ବୁଲାବୁଲି କରୁଥିବା ପୁଲିସର ନଜରକୁ ଆସିବା ପରେ ଏହି ଧରପଗଡ଼ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ପୁଲିସର ଯାଞ୍ଚ ସମୟରେ ଯେଉଁ ଗାଡ଼ିଚାଳକମାନେ ଧରାପଡ଼ିଥିଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ୩ଟି ବାଇକ୍ ଚାଳକ ଜରିମାନା ନଦେବାରୁ ସେମାନଙ୍କ ବାଇକ୍କୁ ଜବଦ କରାଯିବା ସହ ମାମଲା ରୁଜୁ କରାଯାଇଛି ।