ବାଲେଶ୍ୱର : ସହଦେବଖୁଣ୍ଟା ଆଦର୍ଶଥାନା ଅନ୍ତର୍ଗତ ଅରଡବଜାର ଅଞ୍ଚଳର ବାସିନ୍ଦା ସେଖ୍ ରାଜୁ ଓରଫ ସେଖ୍ ରଫିକ୍ର ଘର ଉପରେ ପୁଲିସ ପକ୍ଷରୁ ଚଢଉ କରାଯାଇ ୩୯ ଗ୍ରାମ. ବ୍ରାଉନ୍ସୁଗର ସହିତ ନଗଦ ୭୫,୪୫୦ଟଙ୍କା ଜବଦ୍ କରାଯାଇଛ ଓ ଅଭିଯୁକ୍ତ ରାଜୁକୁ ଗିରଫ କରାଯାଇଛି ।
ଘଟଣାରୁ ପ୍ରକାଶ ରାଜୁ ନିକଟରେ ବ୍ରାଉନ୍ସୁଗର ଗଚ୍ଛିତ ଥିବା ସମ୍ପର୍କରେ ପୁଲିସ ବିଶସ୍ତ ସୂତ୍ରରୁ ଖବର ପାଇବା ପରେ ସହଦେବଖୁଣ୍ଟା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କ ନେତୃତ୍ୱରେ ଏକ ଟିମ୍ ରାଜୁର ଘର ଉପରେ ଚଢଉ କରି ବ୍ରାଉନ୍ସୁଗର ସହ ନଗଦଟଙ୍କା ଜବଦ କରିଥିଲେ ।
ଜବଦ ହୋଇଥିବା ବ୍ରାଉନ୍ସୁଗରର ମୂଲ୍ୟ ୪ଲକ୍ଷ ଟଙ୍କା ହେବବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏବାବଦରେ ସହଦେବଖୁଣ୍ଟା ଥାନାରେ କେସ୍ ନମ୍ବର ୨୧୪/୨୦୨୦ ମୂଳେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅରଡବଜାର ଅଞ୍ଚଳ ଧଳାଜହର ବା ବ୍ରାଉନ୍ସୁଗରର ହବ୍ ପାଲିଟି ଥିବା ବେଳେ ଏହି କାରବାରର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଜା ପୂର୍ବରୁ ଗିରଫ ହୋଇ ଜେଲ୍ରେ ଥିବା ବେଳେ ଏବେବି ଅରଡବଜାର ଅଞ୍ଚଳରେ ବ୍ରାଉନ୍ସୁଗର କାରବାର ଚାଲିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।