Odisha news

ସିଇଡ଼ି ଡିଭିଜନର ସାଧାରଣ ସଭା

0

ବାଲେଶ୍ୱର-୨୪/୦୯ : ରବିବାରଦିନ ସିଇଡ଼ି ଡିଭିଜନର ଏକ ସାଧାରଣ ସଭା ବାଲିଆସ୍ଥିତ ପାୱାର ଏମ୍ପ୍ଲୋଇଜ ୟୁନିୟନ ଗୃହ ପ୍ରାଙ୍ଗଣରେ ଡିଭିଜନର ଶତାଧିକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଭରତ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ରବିନ୍ଦ୍ର ବେରା, ଯୁଗ୍ମ ସମ୍ପାଦକ ତପନ କୁମାର ବେହେରା, ସତ୍ୟନାରାୟଣ ବେହେରା, ବୃନ୍ଦାବନ ମହାନ୍ତି, ସପନ ବେହେରା, ଶାଖା ସମ୍ପାଦକ ରାମଚନ୍ଦ୍ର ଶାସମଲ ପ୍ରମୁଖ ମଂଚାସିନ ଥିଲେ । ଏହିସଭାରେ ଶ୍ରମିକ ଓ କର୍ମ·ରୀମାନଙ୍କ ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମସ୍ତେ ଏକାଠି ହୋଇ ରହିଲେ ସବୁ ସମସ୍ୟା ଯଥାଶିଘ୍ର ସମାଧାନ ହୋଇପାରିବ ବୋଲି ସମସ୍ତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଇଟିଆଇ ଆଉଟ୍ସୋର୍ସ ମାନଙ୍କ ·କିରୀର ସ୍ଥାୟିତ୍ୱ ହେବା ଉପରେ ଏବଂ ନନ୍ଆଇଟିଆଇ ଆଉଟ୍ସୋରସ ମାନଙ୍କର ଅଳ୍ପଦିନରେ ସେମାନଙ୍କର ଆଶା ପୂରଣ ହେବାକୁ ଯାଉଛି । ସେସବୁ ଏହି ୟୁନିୟନର ଅବଦାନ ବୋଲି କୁହାଯାଇଥିଲା । ଆଗାମୀ ଦିନରେ ସମସ୍ତ ବିଏ ଅପରେସନ କଣ୍ଟ୍ରାକ୍ଟ, ମିଟର ରିଡ଼ର ଏବଂ ଅନ୍ୟ ସମସ୍ତଙ୍କ ଅସୁବିଧା କଥା ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସମସ୍ତ କର୍ମକର୍ତ୍ତାବୃନ୍ଦ ଟିପିଏନ୍ଓଡିଏଲ୍ର ଶ୍ରମିକ ତଥା ଗ୍ରାହକ ମାରଣ ନୀତିକୁ ଘୋର ବିରୋଧ କରିଥିଲେ । ଯଦି ଆଗାମୀ ଦିନରେ ଶ୍ରମିକମାନଙ୍କର ଥିବା ଅନେକଦିନର ସମସ୍ୟା ସମାଧାନ ନହୁଏ ତେବେ ସଂଗଠନ ଆନେ୍ଦାଳନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଉକ୍ତ ସଭାରେ ସର୍ବସମ୍ମତିକ୍ରମେ ସିଇଡ଼ି ଡିଭିଜନର ରମାକାନ୍ତ ନାୟକଙ୍କୁ ଶାଖା ସମ୍ପାଦକ ପ୍ରଦୀପ କୁମାର ବେହେରାଙ୍କୁ ସାଂଗଠନିକ ସମ୍ପାଦକ ରୂପେ ଚୟନ କରାଯିବା ସହ ସିଇଡ଼ି ଡିଭିଜନର ଅନ୍ୟ ପଦପଦବୀ ଚୟନ କରାଯାଇଥିଲା । (ଫଟୋ)

Leave A Reply