ବାଲେଶ୍ୱର-୨୪/୦୯ : ନୂଆପାଢୀସ୍ଥିତ ଫକୀରମୋହନ ବିଶ୍ୱିଦ୍ୟାଳୟରେ ରବିବାର ଦିନ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ସମାଜ ପାଇଁ ସେବା, ଜାତି ପାଇଁ ଶକ୍ତିରେ ଏନ୍ଏସ୍ଏସ୍ର ଭୂମିକା ଏହାର ମୁଖ୍ୟ ପ୍ରସଙ୍ଗ ରହିଥିଲା । ଏଥିରେ ମୁଖ୍ୟ ଅତିଥିଭାବେ କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଏହି ଦିବସ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଗୌରାଙ୍ଗ ପଣ୍ଡା, ଅନ୍ୟତମ ବକ୍ତାଭାବେ ଡ. ଭାସ୍କର ଚନ୍ଦ୍ର ଜେନା ଯୋଗଦେଇ ନିଜର ଅଭିଭାଷଣ ଦେଇଥିଲେ । ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ସଂଯୋଜକ ଡ. ଅମୂଲ୍ୟ କୁମାର ଆ·ର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡ. ପ୍ରତିମା ପ୍ରଧାନ କାର୍ଯ୍ୟକ୍ରମ ଅଧିକାରୀ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଗଠିତ ତଥା ସଂଯୋଜିତ କରିଥିବା ବେଳେ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀ ପଲକ୍ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରେ ଜିନା ପ୍ରିୟଙ୍କା ଜେଠୀଙ୍କ ଦ୍ୱାରା ପରି·ଳିତ ଏକ ଆତ୍ମରକ୍ଷା ତାଲିମ ଅଧିବେଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଉପସ୍ଥାପିତ, ଡ. ମନ୍ଜିତ ଭଟ୍ଟା·ର୍ଯ୍ୟ, ଶୀବାନୀ ହାଁସଦା, ତାପସ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀମାନେ କ୍ୟାମ୍ପସ ପରିସର ସଫା କରିଥିଲେ । (ଫଟୋ)